ଖୁବ୍‌ଶୀଘ୍ର ରିଲିଜ ହେବ ଆଲିୟାଙ୍କ ଗଙ୍ଗୁବାଇ କାଠିୟାୱାଡ଼ି, କେବେ ଜାଣନ୍ତୁ…

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ଗ୍ୟାଙ୍ଗଷ୍ଟାର ଫିଲ୍ମ ଗଙ୍ଗୁବାଇ କାଠିୟାୱାଡ଼ିର ରିଲିଜ ଡେଟ୍‌ ଘୋଷଣା କରାଯାଇଛି। ୨୦୨୨ର ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ଜାନୁୟାରୀ ୬ ରେ ରିଲିଜ ହେବ ଏହି ଫିଲ୍ମ। ଏଥିରେ ଆଲିୟାଙ୍କ ସହ ଅଜୟ ଦେବଗନ ଏକ ସ୍ବତନ୍ତ୍ର ଚରିତ୍ରରେ ନଜର ଆସିବେ। ଅନ୍ୟ ଅଭିନେତାଙ୍କ ମଧ୍ୟରେ ଶାନ୍ତନୁ ମାହେଶ୍ୱରୀ, ବିଜୟ ରାଜ, ସୀମା ପାୱା ଆଦି ଅଭିନୟ କରିଛନ୍ତି।

ଫିଲ୍ମଟି ମୁମ୍ବାଇର ଦ ମାଫିଆ କୁଇନ୍ସ ଉପନ୍ୟାସ ଉପରେ ଆଧାରିତ। ଗୁଜୁରାଟର ଗଙ୍ଗୁବାଇ ନାମକ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ପରେ ତାଙ୍କୁ ସେକ୍ସ ୱର୍କର ଭାବେ କାମ କରିବାକୁ ପଡ଼ିଥିଲା। ସେ ତାଙ୍କ ସାହାସ ବଳରେ ସେକ୍ସ ୱର୍କର୍ସଙ୍କ ଗଡମଦର ବନି ଯାଇଥିଲେ। ଏମିତି ଏକ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ। ଫିଲ୍ମକୁ ନର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଲୀଲା ଭଁସାଲୀ।

Share