ଆଲିଆଙ୍କ ନୂଆ ନାଁ ଦେଲେ ଫଟୋଗ୍ରାଫର

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ଆଲିଆ ଭଟ୍ଟ ବୁଧବାର ଜି.କ୍ୟୁ ମେନ୍‌ ଅଫ୍‌ ଦ ଇୟର ୨୦୨୩ ରେଡ୍‌ କାର୍ପେଟ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ସମୟରେ ଆଲିଆ ଖୁବ୍‌ ସୁନ୍ଦର ଦିଶୁଥିଲେ। ତାଙ୍କର ଏହି ଲୁକ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଇଭେଣ୍ଟରେ ଆଲିଆଙ୍କୁ ଆଉଟ୍‌ଷ୍ଟାଣ୍ଡିଂ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଆଲିଆ ଯେତେବେଳେ ଫଟୋ ପୋଜ୍‌ ଦେବାକୁ ଫଟୋଗ୍ରାଫରଙ୍କ ସାମ୍ନାକୁ ଆସିଥିଲେ ଫଟୋଗ୍ରାଫରମାନେ ତାଙ୍କୁ ଆଲୁ ଜୀ କହି ଡାକିଥିଲେ। ଏହା ପରେ ଆଲିଆ ରାଗି କି ଓଲଟା କହିଥିଲେ କ’ଣ ଏମିତି ଆରମ୍ଭ କରିଦେଲ ଆଲୁ ଜୀ।

Share