ଆଲିୟାଙ୍କ ଦିନଚର୍ଯ୍ୟା

ମହେଶ ତନୟା ଆଲିୟା ଭଟ୍ଟଙ୍କ ଦିନଚର୍ଯ୍ୟା କିପରି ଆରମ୍ଭ ହୁଏ ଜାଣନ୍ତି ? ସକାଳୁ ଉଠିବା ପରେ ନିତ୍ୟକର୍ମ ଶେଷ କରି ସେ ସୂର୍ଯ୍ୟ ନମସ୍କାର କରିଥାଆନ୍ତି। ତା’ପରେ ପ୍ରାୟ ଘଣ୍ଟାଏ ଯୋଗ ପାଇଁ ଦିଅନ୍ତି। ଯୋଗ ଏବଂ ସୂର୍ଯ୍ୟ ନମସ୍କାର ଦ୍ୱାରା ଜଣେ ବ୍ୟକ୍ତି ନିଜକୁ ଅନେକାଂଶରେ ନୀରୋଗ ଏବଂ ଫିଟ୍‌ ରଖିପାରିବେ ବୋଲି ବିଶ୍ୱାସ ରଖନ୍ତି ଏହି ନାୟିକା। ଏ ସମ୍ପର୍କରେ ଆଲିୟା କହନ୍ତି, ‘ଦିନ ତମାମ ମୁଁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସକାଳୁ ସୂର୍ଯ୍ୟ ନମସ୍କାର ଏବଂ ଯୋଗ କରିବାକୁ ଭୁଲି ନ ଥାଏ। ଏହା ସହ କିଛି ସମୟ ହାଲୁକା ବ୍ୟାୟାମ ମଧ୍ୟ କରିଥାଏ। ନିଜକୁ ଫିଟ୍‌ ଆଣ୍ଡ ଫାଇନ୍‌ ରଖିବାକୁ ଖାଦ୍ୟପେୟ ପ୍ରତି ମଧ୍ୟ ଗୁରୁତ୍ୱ ଦିଏ।’ ଆଲିୟାଙ୍କର ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା କରନ୍‌ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ। ବର୍ତ୍ତମାନ ତାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’, ‘ଗାଙ୍ଗୁବାଈ କାଠୁଆଓ୍ବାଡି’, ‘ରକି ଔର ରାନୀ କି ପ୍ରେମ କାହାନୀ’ ଏବଂ ତେଲୁଗୁ ସିନେମା ‘ଆର୍‌ଆରଆର’ ରିଲିଜ ଅପେକ୍ଷାରେ ରହିଛି।

Share