ନୂଆଦିଲ୍ଲୀ,୧୧।୨: ଚାଇନା କମ୍ପାନୀ ଆଲିବାବା ପେଟିଏମ୍ର ପ୍ୟାରେଣ୍ଟ କମ୍ପାନୀ ‘ଓ୍ବାନ୍୯୭ କମ୍ୟୁନିକେଶନ’ରୁ ବାହାରି ଯାଇଛି। କମ୍ପାନୀ ଏହାର ୩.୧୬ ପ୍ରତିଶତ ଅଂଶଧନକୁ ୧୩,୬୦୦ କୋଟିରେ ବିକ୍ରି କରିଛି।
ଡିସେମ୍ବର ୨୦୨୨ ସୁଦ୍ଧା ପେଟିଏମ୍ରେ ଆଲିବାବାର ୬.୨୬% ଅଂଶଧନ ରହିଥିଲା। ଜାନୁୟାରୀରେ କମ୍ପାନୀ ଏହାର ୩.୧% ଅଂଶଧନ ବିକ୍ରି କରିଥିଲା। ଏବେ ଅବଶିଷ୍ଟ ଅଂଶଧନକୁ ବ୍ଲକ ଡିଲ୍ ଅନୁଯାୟୀ ବିକ୍ରି କରି ଭାରତରୁ ବାହାରିବା ପ୍ରକ୍ରିୟା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ପୂର୍ବରୁ ଆଲିବାବା ଜୋମାଟୋ ଏବଂ ବିଗ୍ ବାସ୍କେଟରେ ଥିବା ନିଜ ଅଂଶଧନ ବିକ୍ରି କରିଥିଲେ।