Categories: ବାଣିଜ୍ୟ

ଭାରତରେ ନୂଆ ନିବେଶ କରିବ ନାହିଁ ଆଲିବାବା

 

ନୂଆଦିଲ୍ଲୀ,୨୮।୮: ଚାଇନାର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଲିବାବା ଗ୍ରୁପ ବର୍ତ୍ତମାନ ସମୟରେ ଭାରତ ବଜାର ଓ କମ୍ପାନୀମାନଙ୍କ ସହ ନୂଆ ପୁଞ୍ଜିନିବେଶ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ବିଭିନ୍ନ ବିବାଦ କାରଣରୁ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କମ୍ପାନୀ ଭାରତରେ ପୁଞ୍ଜି ନିବେଶ ସହ ବାଣିଜି୍ୟକ କାରବାର କରିବା ପାଇଁ ଅନିଛା ପ୍ରକାଶ କରୁଥିବା ବିଷୟରେ କମ୍ପାନୀର ବରିଷ୍ଠ ଅଧିକାରୀ ସୂଚନା ଦେଇଥିବା ରଏଟର୍ସ ତାର ରିପୋର୍ଟରେ ଉଲ୍ଲେଖ କରିଛି। ସେହିଭଳି ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ବୈଦେଶିକ ରାଜିନାମା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଶଙ୍କା ବୃଦ୍ଧି ପାଉଥିବା କାରଣୁ କମ୍ପାନୀ ଆଉ ନୂଆ ବାଣିଜି୍ୟକ ଚୁକ୍ତି କିମ୍ବା ପୁଞ୍ଜିନିବେଶ କରିବା ନେଇ ନାନା ଆଶଙ୍କା ଦେଖାଦେଇଛି। ଆଲିବାବା ଗ୍ରୁପ ଭଳି ଅନ୍ୟ ଚାଇନା ପୁଞ୍ଜିନିବେଶକାରୀ ସଂସ୍ଥା ଗୁଡିକ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଭାରତର ନୂତନ କମ୍ପାନୀ ଅଥବା ଷ୍ଟାର୍ଟଅପ୍‌ ସହ ଜଡିତ ହେବାକୁ ଆଗ୍ରହ ରଖୁ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share