ପାଟନା,୧୯।୨: ବିହାରର ଗୋପାଳଗଞ୍ଜରେ ଏକ ଅଜବ ଶିଶୁ ଜନ୍ମ ହୋଇଛି। ଶିଶୁଟିକୁ ଦେଖିବା ପାଇଁ ଶହ ଶହ ଲୋକ ଡାକ୍ତରଖାନାରେ ଭିଡ ଜମିଛି। ନବଜାତ ଶିଶୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଏଲିଏନ ବେବି ବୋଲି କହିଛନ୍ତି। ତେବେ ଏହି ନବଜାତ ଶିଶୁର ଜନ୍ମ ହେବାର କିଛି ଘଣ୍ଟା ପରେ ହିଁ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ହାଥୁଆ ସବଡିଭିଜନ ହସ୍ପିଟାଲରେ ଏହି ଶିଶୁଟି ଜନ୍ମ ନେଇଥିଲେ। ଗୋପାଳଗଞ୍ଜର ମେରଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳର ସାହିବା ଚକ୍ର ଗାଁର ବାସିନ୍ଦା ଚୁନଚୁନ୍ ଯାଦବଙ୍କୁ ବୁଧବାର ହାଥୁଆ ସବ ଡିଭିଜନାଲ ହସ୍ପିଟାଲରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ଗୁରୁବାର ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ। ଏହି ନବଜାତ ଶିଶୁର ଚେହେରା ଅନ୍ୟ ଗ୍ରହର ଜୀବ ପରି ଦେଖାଯାଉଥିଲା। ଶିଶୁଟିର ବଡ଼ ବଡ଼ ଆଖି ଥିବାବେଳେ ବୟସ୍କଙ୍କ ଭଳି ଦାନ୍ତ ଥିଲା। ଶରୀରରେ ଧଳ ରଙ୍ଗର ଆବରଣ ଥିଲା। ପାଟି ବିରାଟକାୟ ଦେଖାଯାଉଥିଲା। ଜନ୍ମର ଅଢେଇ ଘଣ୍ଟା ପରେ ଏହି ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ହାଥୁଆ ସବ-ଡିଭିଜନାଲ ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି ଯେ ୧୦ ଲକ୍ଷରେ ଶିଶୁଙ୍କ ମଧ୍ୟରେ ଜଣେ ଏଭଳି ଜନ୍ମ ହୁଅନ୍ତି।