ହଜାରିବାଗ୍‌ରେ ଏଲିଅନ୍‌: ସୋସିଆଲ ମିଡ଼ିଆରେ ଭାଇରାଲ…

ହଜାରିବାଗ୍‌,୩୧।୫: ଏଲିଅନ୍‌ ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବାରେ ଲାଗିଛି। ଏବେ ଝାଡ଼ଖଣ୍ଡର ହଜାରିବାଗ୍‌ରେ ଏଲିଅନ୍‌ ଦେଖାଦେଇଥିବା ନେଇ ସୋସିଆଲ୍‌ ମିଡ଼ିଆରେ ପ୍ରଚାର ଜାରି ରହିଛି। ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓକୁ ଜଣେ ବ୍ୟକ୍ତି ରାତିରେ ମୋବାଇଲରେ ଶୁଟିଂ କରିଛନ୍ତି। କାଟକାମସାଣ୍ଡି-ଛାତ୍ରା ରୋଡ୍‌ରେ ଥିବା ଛାଡ୍ଡଓ୍ବା ଡ୍ୟାମ୍‌ ବ୍ରିଜ୍‌ଠାରେ ଜଙ୍ଗଲିଆ ରାସ୍ତାରେ ଏଲିଏନ୍‌ ଭଳି ରହସ୍ୟମୟ ଆକୃତି ଚଳପ୍ରଚଳ କରୁଥିବାର ୩୦ ସେକେଣ୍ଡର ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ବିଭିନ୍ନ ୟୁଜର ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ତେବେ ସରକାରୀଭାବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Share