ପୃଥିବୀକୁ ଏମିତି ଭାବେ ନଷ୍ଟ କରିଦେବେ ଏଲିଅନ୍‌, ଜାଣନ୍ତୁ କ’ଣ କହିଛନ୍ତି ୟୁଏଫ୍‌ଓ ବିଶେଷଜ୍ଞ

ପୃଥିବୀ ଉପରେ ଅଲଗା ଗ୍ରହର ଜୀବ ଅର୍ଥାତ୍‌ ଏଲିଅନ୍‌ଙ୍କୁ ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅନେକ କାହାଣୀ ବି ଶୁଣିବାକୁ ମିଳୁଛି। ଏହିସବୁ ଦାବି ମଧ୍ୟରେ ପ୍ରସିଦ୍ଧ ୟୁଏଫ୍‌ଓ ବିଶେଷଜ୍ଞ ନିକ୍‌ ପୋପ୍‌ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ କଥା କହିଛନ୍ତି।

ନିକ୍‌ କୁହନ୍ତି, ଯଦି ଅଲଗା ଗ୍ରହର ଲୋକେ କେବେ ବି ପୃଥିବୀକୁ କବ୍‌ଜା କରିବାକୁ ପହଞ୍ଚନ୍ତି ତେବେ ମନୁଷ୍ୟ ଜାତି ନିକଟରେ ବଞ୍ଚିବାର ଆଉ ରାହା ମିଳିବନି। ଏହି ଗ୍ରହକୁ ସେମାନେ ଅଖରୋଟ ପରି ଖାଇଦେବେ।

ସୁରକ୍ଷା ମନ୍ତ୍ରଣାଳୟ ପାଇଁ ୟୁଏଫ୍‌ଓର ଯାଞ୍ଚକାରୀ ନିକ୍‌ କୁହନ୍ତି, ଏଲିଅନ୍ସମାନେ ଯଦି ପୃଥିବୀ ଉପରେ ଆକ୍ରମଣ କରନ୍ତି ତେବେ ମଣିଷ ଜାତି ଏମାନଙ୍କୁ ମୁକାବିଲା କରିବା କାଠିକର ପାଠ ହେବ। କାରଣ ସେମାନଙ୍କ ହାତ ହତିଆର ‘ଯାଦୁ’ପରି। ତେଣୁ ମଣିଷମାନେ ସେମାନଙ୍କ ସହ ମୁକାବିଲା କରିପାରିବେ ନାହିଁ।

ଉଲ୍ଲେଖନୀୟ କଥା ହେଉଛି, ୟୁଏସ୍‌ ସ୍ପୁକ୍ସ ଗତ ମାସରେ ୟୁଏଫ୍‌ଓ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ କୁହାଯାଇଛି, ୨୦୦୪ ପରଠାରୁ ଆମେରିକୀୟ ସୈନ୍ୟ ପାଇଲଟଙ୍କ ଦ୍ୱାରା ୧୪୩ ଥର ବାୟୁରେ ଅଜ୍ଞାତ ଜିନିଷ ଦେଖିଥିଲେ। ଯାହା ଏଲିଅନ୍ସ ଆକ୍ରମଣ ଭୟକୁ ବଢ଼ାଇ ଦେଇଥିଲା। ଏହା ଆମେରିକାର ବାୟୁସେନା ପାଇଁ ବିପଦ ହୋଇପାରେ।

ନିକ୍‌ କୁହନ୍ତି, ବିଶ୍ୱ ପ୍ରାୟ ୧୪ ବିଲିୟନ ବର୍ଷ ପୁରୁଣା। ଏଥିରେ ମାନବ ଜାତି ବ୍ୟତୀତ ଅନ୍ୟାନ୍ୟ ସଭ୍ୟତା ଥାଇପାରେ। ଯାହା ଆମଠାରୁ ଆହୁରି ପୁରୁଣା ହୋଇପାରେ।

Share