ଏଲିଅନ୍‌ ଆତଙ୍କ: ଆମେରିକା ନୌବାହିନୀ ଯୁଦ୍ଧପୋତ ଉପରେ ଉଡ଼ିବୁଲିଲା ୧୪ ୟୁଏଫ୍‌ଓ…

ଓ୍ବାଶିଂଟନ,୩୦।୫: ଏଲିଅନ୍‌ଙ୍କୁ ନେଇ ଆମେରିକାର ଡେଲି ମେଲ୍‌ ଡଟ୍‌ କମ୍‌ରେ ଫିଲ୍ମ ମେକର ଜେରେମି କୋରଓ୍ବେଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୪୬ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଆମେରିକା ନୌବାହିନୀର ଯୁଦ୍ଧପୋତ ଉପରେ ୧୪ ୟୁଏଫ୍‌ଓ ଉଡ଼ି ବୁଲୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ଦୁଇବର୍ଷ ତଳର। ଏହାକୁ ୨୦୧୯ ଜୁଲାଇରେ ଏହାକୁ ରାଡାରରୁ ରେକର୍ଡିଂ କରାଯାଇଥିଲା। ଏବେ ପୁଣି ୨୦୨୧ ମେ’ ୨୮ରେ କୋରଓ୍ବେଲ ଏହି ଭିଡ଼ିଓକୁ ଟୁଇଟର୍‌ରେ ଅପଲୋଡ୍‌ କରିଛନ୍ତିି। ଆମେରିକାର ନ୍ୟୁଜ୍‌ ଓ୍ବେବସାଇଟ୍‌ ମିଷ୍ଟ୍ରି ଓ୍ବାୟର ଅନୁସାରେ ୟୁଏଫ୍‌ଓ ଗୁଡ଼ିକ ଘଣ୍ଟାପିଛା ୧୫୮ ମାଇଲ୍‌ ବେଗରେ ଆକାଶରେ ଉଡ଼ିବୁଲିଥିଲେ। ଆମେରିକା ନୌବାହିନୀ ଯୁଦ୍ଧପୋତ ଉପରେ ୟୁଏଫ୍‌ଓଗୁଡ଼ିକ କାହିଁକି ଉଡ଼ିବୁଲିଥିଲେ ତାହା ଏବେ ବି ଅଜଣା ରହିଛି।

Share