ନୂଆଦିଲ୍ଲୀ,୮।୧୨: ମହାକାଶର ଅନେକ ଫର୍ଦ୍ଦ ଆଜିବି ରହସ୍ୟାବୃତ। ତନ୍ମଧ୍ୟରୁ ଏଲିୟନମାନଙ୍କ ଅବସ୍ଥିତି ଗୋଟିଏ। ତେବେ ସେମାନଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଇସ୍ରାଏଲର ପୂର୍ବତନ ଜେନେରାଲ ତଥା ବର୍ତ୍ତମାନର ପ୍ରଫେସର ହେମ୍ ଇସେଡ୍। ସେ କହିଛନ୍ତି ଏଲିୟନ ମାନେ ପ୍ରକୃତ। ସେମାନେ ଗୁପ୍ତ ଭାବେ ଆମ ସରକାରଙ୍କ ସହ କାମ କରୁଛନ୍ତି। ଆମେରିକା ଏବଂ ଇସ୍ରାଏଲ ଦୀର୍ଘ ଦିନ ଧରି ଏଲିୟନମାନଙ୍କ ଉପରେ ଗବେଷଣା କରୁଛନ୍ତି। କିନ୍ତୁ ଏବେ ମାନବିକତା ପ୍ରସ୍ତୁତ ନୁହେଁ ବୋଲି ସେମାନେ ଏକ ରହସ୍ୟ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।
୧୯୮୧ରୁ ୨୦୧୦ ପର୍ଯ୍ୟନ୍ତ ଇସ୍ରାଏଲର ମହାକାଶ ସୁରକ୍ଷା କାର୍ଯ୍ୟକ୍ରମରେ ପ୍ରମୁଖ ଥିବା ଇସେଡ୍ କହିଛନ୍ତି, ଟ୍ରମ୍ପ ଏଲିୟନଙ୍କ ଅସ୍ତିତ୍ୱ ପ୍ରକାଶ କରିବାକୁ ଚାହୁଁଛନ୍ତି। ହେଲେ ଗାଲାକ୍ଟିକ ଫେଡେରେଶନ ଯୋଗେ ଏଲିୟନମାନେ ‘ଅପେକ୍ଷା କର ଏବଂ ପ୍ରଥମେ ଲୋକଙ୍କୁ ଶାନ୍ତ ହେବାକୁ ଏବଂ ବୁଝିବାକୁ ସମୟ ଦିଅ’ ବୋଲି କହୁଛନ୍ତି। ତେବେ ସେମାନେ ଦୀର୍ଘ ଦିନ ଧରି ଆମ ମଧ୍ୟରେ ଅଛନ୍ତି। ସେମାନଙ୍କ ପଦକ୍ଷେପକୁ ଘୋଡାଇ ରଖିବା ପାଇଁ ଏକ ଚୁକ୍ତିନାମା କରାଯାଇଥିବା ସେ କହିଛନ୍ତି।