ନୂଆଦିଲ୍ଲୀ,୧୭।୮ : ଭାଜପା ଶାସିତ ଉତ୍ତରପ୍ରଦେଶରେ ଅଞ୍ଚଳର ନାମ ପରିବର୍ତ୍ତନ କରାଯାଇଥିବା ତାଲିକାରେ ସାମିଲ ହେବାକୁ ଯାଉଛି ଅଲିଗଡ଼। ଏହି ସ୍ଥାନର ନାମ ହରିଗଡ଼ ରଖିବା ଲାଗି କରାଯାଇଥିବା ପ୍ରସ୍ତାବ ଉପରେ ମୋହର ମାରିଛି ଜିଲା ପଞ୍ଚାୟତ। ଏହି ପ୍ରସ୍ତାବକୁ ଏବେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କ ପାଖକୁ ପଠାଇ ଦିଆଯାଇଛି। ଭାଜପା ନେତୃତ୍ୱାଧୀନ ୟୁପି ସରକାର ଅନ୍ତିମ ଥର ଆଲାହାବାଦ ନାମକୁ ବଦଳାଇ ପ୍ରୟାଗରାଜ ରଖିଥିଲା ।
ଆମେ ଜିଲା ପଞ୍ଚାୟତ ବୋର୍ଡଙ୍କୁ ଭେଟିଥିଲେ। ବୈଠକରେ କିଛି ପ୍ରସ୍ତାବ ଉପରେ ମୋହର ବାଜିଛି। ଅଲିଗଡ଼ର ନାମକୁ ହରିଗଡ଼ କରିବା ଲାଗି ପ୍ରଥମ ପ୍ରସ୍ତାବରେ ଉଲ୍ଲେଖ ଥିଲା। ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଛି। ଆମେ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛୁ। ଆଶା କରୁଛି, ଏଥିରେ ମୋହର ବାଜିବ ବୋଲି ଅଲିଗଡ଼ ଜିଲା ପଞ୍ଚାୟତ ମୁଖ୍ୟ ବିଜୟ ସିଂ କହିଛନ୍ତି।