Categories: ଜାତୀୟ

ସ୍ବାମୀଙ୍କୁ ସ୍ତ୍ରୀଙ୍କ ଧମକ: ‘ଦାଢ଼ି ନ କାଟିଲେ ଛାଡପତ୍ର ଦେବି’

ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶର ଆଲିଗଡରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଦାଢିକୁ ସ୍ତ୍ରୀ ଏତେ ଚିଡିଯାଇଛନ୍ତି ଯେ ସେ ତାଙ୍କୁ ଦାଢି ନ କାଟିଲେ ଛାଡପତ୍ର ଦେବାକୁ ଧମକ ଦେଇଛନ୍ତି। ବାଧ୍ୟ ହୋଇ ବ୍ୟକ୍ତି ଜଣଙ୍କ ଏସଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ମାମଲା ରୁଜୁ ହୋଇନାହିଁ।
ଅଭିଯୋଗକାରୀ ଜଣଙ୍କ କହିଛନ୍ତି, ଜୁନ୍‌ ୨୦୨୦ରେ ମୋର ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ମୋ ସ୍ତ୍ରୀ ମୋତେ ଦାଢ଼ି କାଟିବାକୁ କହିଥିଲେ। କାରଣ ସେ ଜଣେ ମଡେଲ୍‌। ମୁଁ ଏକ ଧାର୍ମିକ ଅନୁଷ୍ଠାନର ଇମାମ। ତେଣୁ ମୁଁ ଦାଢ଼ି କାଟି ପାରିବି ନାହିଁ। ଏହି କାରଣ ଆମ ଦୁଇ ଜଣଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗୁଛି। ତେଣୁ ମୁଁ ଅଭିଯୋଗ ନେଇ ଏଠାକୁ ଆସିଛି। ମୋର ସମାଧାନ କରନ୍ତୁ ବୋଲି ସେ କହିଛନ୍ତି।

Share