Categories: ଜାତୀୟ

ଅଲୀଗଡ଼ ହେବ ହରିଗଡ଼…

ଲକ୍ଷ୍ନୌ,୧୭।୮: ଉତ୍ତରପ୍ରଦେଶରେ ଜିଲା ପଞ୍ଚାୟତରେ କ୍ଷମତା ବଦଳିବା ପରେ ବିଭିନ୍ନ ଅଞ୍ଚଳର ନାମ ବଦଳାଇବା ଅଭିଯାନ ପୁଣି ଆରମ୍ଭ ହୋଇଛି। ଅଲୀଗଡ଼ ଜିଲାର ନା ପରିବର୍ତ୍ତନ କରାଯାଇ ହରିଗଡ଼ ରଖାଯିବାକୁ ଦାବି ହୋଇଛି। ସେହିପରି ମୈନପୁରୀର ନାମକୁ ମୟନ ଋଷିଙ୍କ ନାମରେ ନାମିତ କରିବାକୁ ଏକ ପ୍ରସ୍ତାବ ପଞ୍ଚାୟତରେ ପାରିତ ହୋଇଛି। ଜିଲା ପଞ୍ଚାୟତ ବୈଠକରେ ଆଗତ ହୋଇଥିବା ଏସମ୍ପର୍କିତ ପ୍ରସ୍ତାବକୁ ସଭିଏଁ ସମର୍ଥନ କରିଛନ୍ତି। କେହର ସିଂ ଏବଂ ଉମେଶ ଯାଦବ ଅଲୀଗଡ଼ର ନାମ ହରିଗଡ଼ ରଖିବାକୁ ପ୍ରସ୍ତାବ ଆଗତ କରିଥିଲେ। ସେହିପରି ମୈନପୁରୀର ନାମ ମୟନ ନଗର ରଖାଯିବାର ପ୍ରସ୍ତାବକୁ ବିରୋଧ ସତ୍ତ୍ୱେ ଅଧ୍ୟକ୍ଷା ଅର୍ଚ୍ଚନା ଭଦୌରିଆ ପାରିତ କରିଛନ୍ତି। ଏବେ ଏହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ରାଜ୍ୟ ସରକାର ଏସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।

Share