ରିମେକ୍‌ ଫିଲ୍ମରେ ଅଲିଜେହ

ମୁମ୍ବାଇ: ନିର୍ଦ୍ଦେଶକ ବିକାଶ ବହଲ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତାଙ୍କ ସିନେମାର ମୁଖ୍ୟ ଚରିତ୍ରରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖଁାଙ୍କ ଭାଣେଜୀ ଅଲିଜେହ ଅଗ୍ନିହୋତ୍ରୀ ନଜରକୁ ଆସିବେ। ୨୦୧୬ରେ ଆସିଥିବା ଫ୍ରେଞ୍ଚ୍‌-ବେଲଜିୟମ୍‌ ଲ୍ମ ‘ଲା ଫାମିଲେ ବେଲିଅର’ର ହିନ୍ଦୀ ରିମେକ୍‌ କରିବେ ନିର୍ଦ୍ଦେଶକ ବିକାଶ। ଅଲିଜେହ ଏହି ରିମେକ୍‌ ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରୁଛନ୍ତି। ଚଳଚ୍ଚିତ୍ରଟି ଫ୍ୟାମିଲି ଡ୍ରାମା ଉପରେ ଆଧାରିତ। ପରିବାରରେ ଏକମାତ୍ର ଶୁଣିପାରୁଥିବା ୧୬ ବର୍ଷୀୟା ଯୁବତୀ ଚରିତ୍ରରେ ଅଲିଜେହ ନଜରକୁ ଆସିବେ। ନିର୍ଦ୍ଦେଶକ ୬ ବର୍ଷ ଧରି ଏହି ଫିଲ୍ମ ଲାଗି ପ୍ରସ୍ତୁତି କରି ଆସୁଥିଲେ। ରିଲିୟାନ୍ସ ଏଣ୍ଟରଟେନ୍‌ମେଣ୍ଟ ସହ ଅଲିଜେହଙ୍କ ବାପା ଅତୁଲ ଅଗ୍ନିହୋତ୍ରୀ ଏହାର ପ୍ରଯୋଜନା କରୁଛନ୍ତି।

Share