Categories: ଜାତୀୟ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ଅଲିପୁରରେ ଦୁଇଟି ପେଣ୍ଟ ଏବଂ କେମିକାଲ ଗୋଦାମ ଅଗ୍ନିକାଣ୍ଡ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ଏଥିସହିତ ୪ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କୁ ବାବୁ ଜଗଜୀବନ ରାମ ଡାକ୍ତରଖାନା ଏବଂ ଚାରି ଆହତଙ୍କୁ ରାଜା ହରିଶ୍ଚନ୍ଦ୍ର ଡାକ୍ତରଖାନାକୁ ନିଆଯାଇଛି। ମୃତ ବ୍ୟକ୍ତିମାନେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି।
ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଜଳିଯାଇଛି। ସେମାନଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡୁଛି ।

Share