Categories: ବାଣିଜ୍ୟ

ଆଲିଶାନର ସୁପର ଆନୁଆଲ ସେଲ୍‌

ଭୁବନେଶ୍ୱର,୨୦।୮: ରାଜ୍ୟର ଅଗ୍ରଣୀ ପୁରୁଷ ପରିଧାନ ବ୍ରାଣ୍ଡ୍‌ ତଥା ଭୁବନେଶ୍ୱରର ପ୍ରମୁଖ ଗାର୍ମେଣ୍ଟ ଶୋ’ରୁମ୍‌ ‘ଆଲିଶାନ’ର ବହୁ ପ୍ରତୀକ୍ଷିତ ‘ସୁପର ଆନୁଆଲ ସେଲ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍‌ ଜରିଆରେ ଗ୍ରାହକମାନେ କଲରପ୍ଲସ, ପାର୍କ ଆଭେନ୍ୟୁ, ପାର୍କ୍ସ, ଆଲେନ୍‌ସୋଲି, ଭ୍ୟାନ୍‌ହୁସେନ୍‌, ଲୁଇଫିଲିପ୍‌, ଲିଭାଇସ, ରେମଣ୍ଡ, ବ୍ଲାକ୍‌ବେରୀ, ୟୁଏସପୋଲୋ, ଟର୍ଟଲ, ଆରୋ, ମୁଫ୍‌ଟି, ବିଙ୍ଗ୍‌ ହ୍ୟୁମାନ, ସିଲିଓ, ରେୟାର ରାବିଟ୍‌, କିଲର୍‌ ଭଳି ବ୍ରାଣ୍ଡ୍‌ର ଫର୍ମାଲ୍‌, କାଜୁଆଲ୍‌ ଓ ପାର୍ଟି ପରିଧାନ ଏବଂ ବିଭିନ୍ନ ପାରମ୍ପରିକ ଉତ୍ସବ ପରିଧାନ ଉପରେ ପ୍ରାୟ ୫୦% ପର୍ଯ୍ୟନ୍ତ ରିହାତି ସହିତ ‘ଗୋଟିଏ କିଣିଲେ ଆଉ ଏକ ମାଗଣା ଏବଂ ଦୁଇଟି କିଣିଲେ ଦୁଇଟି ମାଗଣା’ ଭଳି ଆକର୍ଷଣୀୟ ଅଫର ପାଇପାରିବେ ବୋଲି ଆଲିଶାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଉଛି। ସେହିଭଳି ଏଠାରେ ସମସ୍ତ ବର୍ଗର ଏବଂ ଉତ୍ସବ ନିମନ୍ତେ ବିଭିନ୍ନ ଡିଜାଇନର ପରିପାଟୀର ସମ୍ଭାର ସାମିଲ ରହିଛି। ଏପରିକି ଏହି ଶୋ’ରୁମ୍‌ରେ ପୁରୁଷ ସମ୍ଭାରର ୪୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ଉପଲବ୍ଧ। ସେହିପରି ଆଲିଶାନ ତା’ର ଗ୍ରାହକମାନଙ୍କୁ ‘ଆଲିଶାନ ଲୁକ୍‌’ ପ୍ରଦାନ କରିବାରେ ବିଶ୍ୱାସ ରଖୁଥିବାବେଳେ ଅନ୍ୟ କେତେକ ବ୍ରାଣ୍ଡ୍‌ ଉପରେ ଫ୍ଲାଟ୍‌ ୩୦% ଏବଂ ଫ୍ଲାଟ୍‌ ୪୦% ପର୍ଯ୍ୟନ୍ତ ରିହାତି ମଧ୍ୟ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ୫,୦୦୦ ବର୍ଗଫୁଟ ବିଶିଷ୍ଟ ଏହି ସର୍ବପୁରାତନ ଶୋ’ରୁମ୍‌ରେ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ବ୍ରାଣ୍ଡ୍‌ର ପୁରୁଷ ପରିଧାନ ଉପଲବ୍ଧ ରହିଛି। ଏପରିକି କାଜୁଆଲ ପୋଷାକଠାରୁ ଆରମ୍ଭକରି ପାରମ୍ପରିକ ପରିଧାନ, ଡିଜାଇନର ପୋଷାକ, କୁର୍ତ୍ତା ପାଇଜାମା, ଜିନ୍ସ ଟି-ଶାର୍ଟ, ସୁଟିଂସାର୍ଟିଂ, ରେଡିମେଡ୍‌ ଗାର୍ମେଣ୍ଟ, ଜ୍ୟାକେଟ, ୱେଷ୍ଟକୋଟ, ଶୀତବସ୍ତ୍ର ଏବଂ ବିବାହ ଭଳି ବିଶେଷ ମୁହୂର୍ତ୍ତ ନିମନ୍ତେ ଶେରୱାନି ସହିତ ମ୍ୟାଚ୍‌ କରୁଥିବା ଟ୍ରେଣ୍ଡି ଆସେସୋରିଜ୍‌ ମଧ୍ୟ ଉପଲବ୍ଧ।
ଏ ସମ୍ପର୍କରେ ଆଲିଶାନର ପ୍ରୋପ୍ରାଇଟର ଯୁଗଳ ଅଗ୍ରୱାଲ କହିଥିଲେ, ଆମେ ଆମର ବହୁ ପ୍ରତୀକ୍ଷିତ ସୁପର ଆନୁଆଲ ସେଲ୍‌ ସମ୍ପର୍କରେ ଘୋଷଣା କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଆକର୍ଷଣୀୟ ସେଲ୍‌ ଅଫର ସବୁ ବର୍ଗର ଗ୍ରାହକଙ୍କ ମନରେ ଉଲ୍ଲାସ ଆଣି ଦେବା ସହ ଅତ୍ୟାଧୁନିକ ପୁରୁଷ ପରିପାଟୀ ପରିଧାନ କରି ଗ୍ରାହକ ବେଶ୍‌ ସୁନ୍ଦର (ଷ୍ଟାଇଲିସ୍‌) ଦେଖାଯିବେ ବୋଲି ସେ ବିଶ୍ୱାସ ରଖିଛନ୍ତି।

Share