କେନ୍ଦ୍ରାପଡା ଅଫିସ,୨୯ା୭-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ରାଧାମୋହନ ଟେକ୍ନିକାଲର ଛାତ୍ରୀ ଅଲିଭା ଭୂୟଁା ସର୍ବାଧିକ ନମ୍ବର ରଖି
ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୯୫ ପ୍ରତିଶତ ନମ୍ବର ରଖିଛନ୍ତି। ତେବେ ଭବିଷ୍ୟତରେ ସେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଗରିବ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଅଲିଭା ଦିନକୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ଶିକ୍ଷାକ୍ଷେତ୍ରରେ ପ୍ରେରଣାଦାତା ଭାବେ ବାପା ଓ ମାଙ୍କ ସହିତ ବିଦ୍ୟାମନ୍ଦିରର ଗୁରୁମା ଗୁରୁଜୀଙ୍କୁ ଅଲିଭା ଶ୍ରେୟ ଦେଇଛନ୍ତି।