ଅଳକା ୟାଗନିକ୍‌ଙ୍କୁ ନେଇ ବଡ଼ ଖବର, ହୋଇଛି ଏପରି ରୋଗ

ମୁମ଼୍ବାଇ, ୧୮।୬: ବଲିଉଡ୍‌ ଜଗତର ଖ୍ୟାତନାମା ସିଙ୍ଗର ଅଳକା ୟାଗନିକ୍‌ ଏକ ରୋଗର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଏ ନେଇ ସେ ସୂଚନା ଦେଇଛନ୍ତି । ଅଳକା ଲେଖିଛନ୍ତି ଯେ ତାଙ୍କ କାନରେ ସମସ୍ୟା ରହିଛି । ତେଣୁ ତାଙ୍କୁ ଭଲରେ ଶୁଣାଯାଉନାହିଁ । ବର୍ତ୍ତମାନ ସେ ଏହି ରୋଗରୁ ଧିରେ ଧିରେ ଭଲ ହେଉଛନ୍ତି । ତାଙ୍କୁ ଏକ ଭାଇରାଲ୍‌ ଆଟାକ୍‌ ହେବାପରେ ଏପରି ରୋଗ ଦେଖାଦେଇଥିବା ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ଅଳକାଙ୍କୁ ସେନ୍ସର ନ୍ୟୁରାଲ ନର୍ଭ ହିୟରିଂ ଲସ୍‌ ଭଳି ରୋଗ ହୋଇଥିବା ଡାକ୍ତର କହିଛନ୍ତି ।

Share