ଚାଇନା ବିମାନ ଦୁର୍ଘଟଣା: ସମସ୍ତ ୧୩୨ ଯାତ୍ରୀ ମୃତ, ୧୨୦ଜଣଙ୍କର ମିଳିଛି ପରିଚୟ

ବେଜିଂ,୨୭ ।୩: ମାର୍ଚ୍ଚ ୨୧ରେ ଚାଇନାର ଗ୍ୱାଂଗଝୁ ନିକଟ ଗୁଆଂକ୍ସି ସହର ପାଖରେ ଚାଇନା ଇଷ୍ଟର୍ଣ୍ଣ ୭୩୭-୮୦୦ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ବିମାନରେ ୧୩୨ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଚାଇନାର ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି । ସରକାରି ଗଣମାଧ୍ୟମ କହିଛି ଯାଞ୍ଚ କରୁଥିବା ଦଳ ଡିଏନଏ ଯାଞ୍ଚ କରିବା ପରେ ୧୨୦ ଜଣ ମୃତକଙ୍କ ପରିଚୟ ମିଳିଛି ।
ଚାଇନା ଇଷ୍ଟର୍ଣ୍ଣ ଫ୍ଲାଇଟ ଏମୟୁ୫୭୩୫ ସୋମବାର ଦିନ ୧ଟାବେଳେ କୁନମିଙ୍ଗ ସହରରେ ଉଡିବା ପରେ ଗୁଆଂଝାଉରେ ନିଜର ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା । ଖବର ଅନୁଯାୟୀ, ଯେଉଁଠାରେ ଯାତ୍ରି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେଠାରେ ବିମାନରେ ନିଆଁ ଲାଗିଯାଇଥିଲା । ଏହା ପାହାଡ ଉପରେ ଏକ ଗାଁ ନିକଟରେ ଦୁର୍ଘଟାଗ୍ରସ୍ତ ହୋଇଥିଲା ।
ଏହାର ୨ଟି ବ୍ଲାକ ବକ୍ସ ମିଳିଥିବା ବେଳେ ଏହା ଏତେ ନଷ୍ଟ ହୋଇଯାଇଛି ଯେ ଏଥିରୁ ଡେଟା ମିଳିବା ମୁସ୍କିଲ ବୋଲି କୁହାଯାଉଛି ।

Share