Categories: ଜାତୀୟ

ସଂଗ୍ରାମୀ, ଐତିହ୍ୟ ନାମରେ ନାମିତ ହେବ ଏମ୍ସ ହସ୍ପିଟାଲ

ନୂଆଦିଲ୍ଲୀ,୨୧।୮: ଦେଶରେ ଥିବା ସମସ୍ତ ୨୩ଟି ଯାକ ଏମ୍ସ ହସ୍ପିଟାଲର ନାମକରଣ ପାଇଁ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ, ଐତିହାସିକ ସମାରୋହ ଏବଂ ଐତିହ୍ୟର ନାମ ଅନୁସାରେ ଏମ୍ସ ହସ୍ପିଟାଲର ନାମକରଣ କରାଯିବ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମେ ଏହି ପ୍ରସ୍ତାବ ଦିଆଯିବା ପରେ ସମସ୍ତ ହସ୍ପିଟାଲ କର୍ତ୍ତୃପକ୍ଷ କିଛି ନାମ ତାଲିକା ମନ୍ତ୍ରଣାଳୟକୁ ହସ୍ତାନ୍ତର କରିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି।

Share