Advertisement

୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ନନ୍ଦପୁର, ୧୯ା୯(ଶଙ୍କର ପୂଜାରୀ): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନର ଜିଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୨ ତାରିଖରେ ସଂଘ ଅଧୀନ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଭୁବନେଶ୍ୱର ଯାଇ ପିଏମଜି ଛକରେ ଏକତ୍ରିତ ହେବେ। ସେଠାରେ ସରକାରଙ୍କ ନିକଟରେ ନିଜ ନ୍ୟାଯ୍ୟ ଦାବି ଉପସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ସୋମବାର ନନ୍ଦପୁର ବ୍ଲକ ଅଙ୍ଗନୱାଡ଼ି ସଂଘ ସମ୍ପାଦିକା ଗୌରୀରାଣୀ ଜେନାଙ୍କ ନେତୃତ୍ୱରେ ଅଙ୍ଗନୱାଡ଼ି କର୍ମୀମାନେ ସିଡିପିଓ ମିନତିବାଳା ପଟ୍ଟନାୟକଙ୍କୁ ଭେଟି ଆସନ୍ତା ୨୨ରେ ବ୍ଲକ ଅଧୀନରେ ଥିବା ୨୩୦ ଅଙ୍ଗନୱାଡ଼ି କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ, ସହାୟିକା ସାମୂହିକ ଛୁଟିରେ ରହିବେ ବୋଲି ଆବେଦନ ପତ୍ର ପ୍ରଦାନ କରିଛନ୍ତି। ଏହାର ଏକକିତା ନକଲ କୋରାପୁଟ ଜିଲାପାଳ, ଉପଜଲାପାଳଙ୍କ ଅବଗତି ନିମନ୍ତେ ପଠାଯାଇଛି। ପାଇଥିବା ଆବେଦନ ପତ୍ରକୁ ସେ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟକୁ ପଠାଇଦେବେ ବୋଲି ସିଡିପିଓ ପଟ୍ଟନାୟକ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share