Categories: ବାଣିଜ୍ୟ

ମାର୍ଚ୍ଚ ୩୧ ରେ ଖୋଲା ରହିବ ସମସ୍ତ ବ୍ୟାଙ୍କ: ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର,୨୦।୩: ମାର୍ଚ୍ଚ ୩୧ ତାରିଖରେ ଭାରତର ବ୍ୟାଙ୍କଗୁଡିକର ସମସ୍ତ ଶାଖା ଖୋଲା ରଖିବାକୁ ଅନୁରୋଧ କରିଛନ୍ତି ଭାରତ ସରକାର। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ବିଭିନ୍ନ ସରକାରୀ କାରବାର ସମ୍ପୂର୍ଣ୍ଣ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଧ୍ୟ ସମସ୍ତ ବ୍ୟାଙ୍କକୁ ସମାନ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ଦେଇଥିବା ଚିଠିରେ କହିଛି ଯେ ମାର୍ଚ୍ଚ ୩୧, ୨୦୨୩ ରେ ସାଧାରଣ କାର୍ଯ୍ୟ ସମୟ ପର୍ଯ୍ୟନ୍ତ ସରକାରୀ କାରବାର ସହ ଜଡିତ ଓଭର-ଦି-କାଉଣ୍ଟର କାରବାର ପାଇଁ ସେମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ଶାଖାଗୁଡ଼ିକୁ ଖୋଲା ରଖନ୍ତୁ।

ଆରବିଆଇ ଏହା ମଧ୍ୟ କହିଛି ଯେ ୨୦୨୩ ଆର୍ଥିକ ବର୍ଷ ପାଇଁ ଏଜେନ୍ସି ବ୍ୟାଙ୍କଗୁଡିକ ଦ୍ୱାରା କରାଯାଇଥିବା ସମସ୍ତ ସରକାରୀ କାରବାର ସମାନ ଆର୍ଥିକ ବର୍ଷ ମଧ୍ୟରେ ହିସାବ କରାଯିବା ଉଚିତ୍।ଆରବିଆଇ କହିଛି ଯେ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ଏବଂ ରିଅଲ୍ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ ସିଷ୍ଟମ୍ (ଆରଟିଜିଏସ) ମାଧ୍ୟମରେ କାରବାର ୩୧ ମାର୍ଚ୍ଚ ୨୦୨୩ ପର୍ୟ୍ୟନ୍ତ ୨୪୦୦ ଘଣ୍ଟା (୧୨ ମଧ୍ୟରାତ୍ରି) ପର୍ୟ୍ୟନ୍ତ ଜାରି ରହିବ। ମାର୍ଚ୍ଚ ୩୧ ରେ ସରକାରୀ ଚେକ୍ ସଂଗ୍ରହ ପାଇଁ ସ୍ୱତନ୍ତ୍ର କ୍ଲିୟରାନ୍ସ ମଧ୍ୟ କରାଯିବ ବୋଲି କୁହାଯାଇଛି।

Share