ଆସନ୍ତା ୯ରେ ବନ୍ଦ ରହିବ ସବୁ ବ୍ୟାଙ୍କ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୭।୯: ଆସନ୍ତା ୯ ତାରିଖ ଅର୍ଥାତ୍‌ ସୋମବାର ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ସୋମବାର ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ସଂସ୍ଥା ବନ୍ଦ ରହିବ। ଏଥର ନୂଆଁଖାଇ ୮ ତାରିଖ ଅର୍ଥାତ୍‌ ରବିବାର ପଡୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ନୂଆଁଖାଇ ଛୁଟି ଘୋଷରା କରିଛନ୍ତି।
ଏହାପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ।

Share