ନୂଆଦିଲ୍ଲୀ,୨୧ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କର ସରକାରୀ ବଙ୍ଗଳା ଖାଲି କରିବେ। ସେ ଶୁକ୍ରବାର ସମସ୍ତ ଜିନିଷ ୧୨, ତୋଗଲକ ଲେନ୍ସ୍ଥିତ ବଙ୍ଗଳାରୁ ନେଇଯାଇଛନ୍ତି। ଶନିବାର ସେ ଲୋକ ସଭା ସଚିବାଳୟକୁ ଉକ୍ତ ସରକାରୀ ବାସଭବନ ହସ୍ତାନ୍ତର କରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ସଭ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ସୁଦ୍ଧା ବଙ୍ଗଳା ଖାଲି କରିବାକୁ ରାହୁଲଙ୍କୁ କୁହାଯାଇଥିଲା। ଗତ ୧୪ ତାରିଖରେ ସେ ତାଙ୍କ କାର୍ଯ୍ୟାଳୟ ଓ କେତେକ ବ୍ୟକ୍ତିଗତ ଆସବାବପତ୍ର ସ୍ଥାନାନ୍ତର କରିଥିଲେ। ରାହୁଲ ୨ ଦଶନ୍ଧି ହେଲା ୧୨, ତୋଗଲକ ଲେନ୍ସ୍ଥିତ ସରକାରୀ ବାସଭବନରେ ରହିଆସୁଥିଲେ।