Categories: ଜାତୀୟ

ତିନି ଧାଡ଼ିଆ ହ୍ବିପ୍‌ ଅନୁସାରେ ଉପସ୍ଥିତ ରହିବେ ସମସ୍ତ ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୨୮।୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ତିନି ଧାଡିଆ ହ୍ବିପ୍‌ ଜାରି କରାଯାଇଛି। ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଏମ୍‌ପିମାନେ ଉପସ୍ଥିତ ରହିବାକୁ ଭାଜପା କହିଛି। ଏହି ହ୍ବିପ୍‌କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। କାରଣ ପାର୍ଲାମେଣ୍ଟର ଶୀତ ଅଧିବେଶନ ନଭେମ୍ବର ୨୯ ରୁ ଆରମ୍ଭ ହେଉଛି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ର ସରକାର ଏହି ତିନି କୃଷି ଆଇନକୁ ରଦ୍ଦ କରିବା ବିଲ ଆଗତ କରିବେ। ଏଭଳି ପରିସ୍ଥିତିରେ ଭାଜପା ଏହାର ଏମ୍‌ପିମାନଙ୍କୁ ଶତପ୍ରତିଶତ ଉପସ୍ଥିତ ରହିବା ଉପରେ ଗୁରୁତ୍ୱାରୋପ କରିଛି।
ବିରୋଧୀମାନେ ସରକାରଙ୍କୁ ଯଥାସମ୍ଭବ ହରଡ଼ଘଣାରେ ପକାଇବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ବିରୋଧୀ ଦଳ ଚକ୍ରବ୍ୟୁହକୁ ଭାଙ୍ଗିବା ପାଇଁ ସରକାର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।

ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ସରକାରଙ୍କ ଦ୍ୱାରା ଏକ ସର୍ବଦଳୀୟ ବୈଠକ ଡକାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବା କାର୍ଯ୍ୟକ୍ରମ ରହିଛି॥ ପାର୍ଳାମେଣ୍ଟର ଉଭୟ ଗୃହର ସମସ୍ତ ରାଜଜୈତିକ ଦଳର ନେତାମାନଙ୍କୁ ଏହି ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ବରାଷ୍ଠ୍ରମନ୍ତ୍ରୀ ଅମିତ ଶାହା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ସରକାରଙ୍କ ତରଫରୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

Share