ସବୁ ବୁଥ୍‌ରେ କରାଯିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କଟକ ଅଫିସ, ୨୨।୩: ଆସନ୍ତା ୨୪ରେ ପୌର ନିର୍ବାଚନ। ଏ ନେଇ ରାଜନୀତି ସରଗରମ ରହିଛି। ତେବେ କଟକ ମହାନଗର ନିଗମ ନିର୍ବାଚନ ଭୋଟିଂ ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ। ସୁରୁଖୁରରେ ନିର୍ବାଚନ ସାରିବା ପାଇଁ ସୁରକ୍ଷା ଦୃଷ୍ଟିରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସବୁ ବୁଥ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୧୦୦ ଜଣ ଅଧିକାରୀ ମୁତୟନ ହେବେ। ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ତେବେ ବୁଥ୍‌ ବାହାରେ ଭୋଟରଙ୍କୁ ପ୍ରଭାବିତ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି କହିଛନ୍ତି।

Share