ସବୁ ବର୍ଗର ବ୍ୟକ୍ତିଙ୍କୁ ୬୦ ପରେ ପେନ୍‌ସନ ଦିଆଯାଉ

ଜୟପୁର, ୩୦ା୫(ନି.ପ୍ର.): ନିଖିଳ ଓଡ଼ିଶା ଇପିଏଫ୍‌ ପେନସନ ଅନ୍ତର୍ଭୁକ୍ତ ବରିଷ୍ଠ ଶ୍ରମିକ କର୍ମଚାରୀଙ୍କ ଏକ ସଭା ସ୍ଥାନୀୟ ଯାଦବ ଭବନରେ କୋରାପୁଟ ଜିଲା ଶାଖା ସଭାପତି ନଳିନୀକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଓଏଏସ୍‌ଆର୍‌ଟିସି, ଯୋଗାଣ ନିଗମ, ଉଠାଜଳସେଚନ ନିଗମ, ରାଜ୍ୟ କୃଷି ନିଗମ, ବିହନ ନିଗମ, ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ, ସେବା କାଗଜ କଳ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ପେନସନଭୋଗୀ ଶ୍ରମିକ କର୍ମଚାରୀ ସଂଘ ଓ ସଭ୍ୟମାନେ ଯୋଗ ଦେଇଥିଲେ। ସିଟି କୋଅର୍ଡିନେଶନ୍‌ ଅଫ୍‌ ୟୁନିୟନ୍ସ ଆସୋସିଏଶନ୍‌ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି ଇପିଏଫରେ ବହୁତ ବ୍ୟତିକ୍ରମ ହେଉଛି ବୋଲି କହିଛନ୍ତି। କେତେକ ସ୍ଥାନରେ ଇପିଏଫରେ ଅନ୍ତର୍ଭୁକ୍ତ କରାଯାଉନାହିଁ, ଇପିଏଫ୍‌ କାଟି ଜମା ହେଉନାହିଁ। ଏସବୁ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ସବୁ କ୍ଷେତ୍ରର ବ୍ୟକ୍ତିଙ୍କୁ ୬୦ ବର୍ଷ ପରେ ପେନ୍‌ସନ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି। ପେନ୍‌ସନ ବୃଦ୍ଧାବସ୍ଥାରେ ମଣିଷ ପାଇଁ ସାହାଯ୍ୟକାରୀ ହୋଇଥାଏ। ଅନେକ ରାଜ୍ୟରେ ୬୦ବର୍ଷ ପରେ ମାସକୁ ୧ହଜାରରୁ ୨୫ଶହ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଛି। ସେତିକିବେଳେ ଯେଉଁମାନେ ଇପିଏଫକୁ ଯୋଗଦାନ କରୁଛନ୍ତି ସେମାନଙ୍କୁ ମାତ୍ର ୩ହଜାର ନ ଦେଇ ୯ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ଯେଉଁ ଦାବି ହୋଇଛି, ତାହାକୁ ଶ୍ରମିକମାନେ ସମର୍ଥନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସଭାପତି ନଳିନୀକାନ୍ତ ରଥ ରାଜ୍ୟସ୍ତରୀୟ ଦାବିପତ୍ରକୁ ଉପସ୍ଥାପନ କରିଥିଲେ।
ମାସିକ ପେନସନ ୯୦୦୦, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ପେନସନ, ସମସ୍ତ ଇପିଏଫ ପେନସନ ଭୋଗୀଙ୍କୁ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଦାବି ହୋଇଛି। ଏହି ଦାବି ପୂରଣ ପାଇଁ ଓଡ଼ିଶାରୁ ୩୦ହଜାର ପେନ୍‌ସନ ଭୋଗୀ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଜୁନ୍‌ ମାସ ଭିତରେ ଚିଠି ଦେବେ। କୋରାପୁଟରୁ ୧୦୦୦ ଚିଠି ଯିବ। ନଭେମ୍ବର ୧୬ ସୁଦ୍ଧା କେନ୍ଦ୍ର ସରକାରଙ୍କ ପେନସନ ନୀତିକୁ ବିରୋଧ ସହ ଦାବି କାର୍ଯ୍ୟକାରୀ କରିବାକୁ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କାହ୍ନୁଚରଣ ପାଢୀ, ରାମକୃଷ୍ଣ ସାବତ, ଦାମୋଦର ରଣା, ଭାଗିରଥି ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। କୋଅର୍ଡିନେଶନ୍‌ କମିଟି ସଂଗଠନ ସମ୍ପାଦକ ଯୁଧିଷ୍ଠିର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ର ଇଞ୍ଜିନ ରେଳ ଧାରଣାରୁ...

କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ...

କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ

ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା...

ଫଳକରେ ଓଡ଼ିଆ ବନାନ ତ୍ରୁଟି

ସୁନାବେଡ଼ା/ସେମିଳିଗୁଡା,୫ା୪ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହାର ସୁଫଳ ମିଳୁ ନ ଥିବା...

ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ...

୩୪ ଛାତ୍ରୀଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପଟ୍ଟାଙ୍ଗି,୪ା୪(ଶରତ କୁମାର ଧଳ): ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖା ଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କିନ୍ତୁ ଜିଲା ଶିକ୍ଷା...

ଏବେ ବି ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ ନଦୀ

ନନ୍ଦପୁର,୪ା୪(ତୁଷାରକାନ୍ତ ମହାନ୍ତି): ୨୦୨୪ ଏପ୍ରିଲ ୪ରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ଓ ସୁଡୁବ ଘାଟ...

ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ

ଦାମନଯୋଡି,୩ା୪(ମାନସ ରଞ୍ଜନ କର): ଦାମନଯୋଡି ଉପକଣ୍ଠସ୍ଥ ମାଥାଲପୁଟ ଅଞ୍ଚଳରେ ଦଣ୍ଡନାଚ ଚାଲିଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଯାତ୍ରା କଳାକାର ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image