ଭୁବନେଶ୍ୱର,୩ା୫(ବ୍ୟୁରୋ):ପିସିସିକୁ ମିଳିପାରେ ନୂଆ ସଭାପତିି। ଆସନ୍ତା ୯ ତାରିଖରେ ଦଳର ସବୁ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ କରିବେ। ରାହୁଲ ଗାନ୍ଧୀ ବିଧାୟକମାନଙ୍କୁ ଭେଟିବେ ବୋଲି ଦିଲ୍ଲୀରୁ ସବୁ ବିଧାୟକଙ୍କୁ ଫୋନ୍ ଆସିଥିବା ଜଣାପଡ଼ିଛି। ତେବେ ବିଧାୟକମାନଙ୍କ ମଧ୍ୟରୁ କାହାରିକୁ ପିସିସି ସଭାପତି କରିବା ଲାଗି ଦିଲ୍ଲୀରୁ ଡାକରା ଆସିଛି ଏବଂ ସେନେଇ ଆଲୋଚନା ହେବ ନା ସେମାନଙ୍କୁ ବୁଝାଇ ଜଣେ ଅଣବିଧାୟକଙ୍କୁ ଦାୟିତ୍ୱ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରପକ୍ଷେ ସଭାପତି ଦୌଡ଼ରେ ଥିବା କେତେଜଣ ବିଧାୟକ କିନ୍ତୁ ଦିଲ୍ଲୀରୁ ଡାକରା ପାଇବା ପରେ ସାମାନ୍ୟ ଉତ୍ସାହିତ ଥିବା ଭଳି ମନେହେଉଛି।