କଟକ ଅଫିସ, ୫ା୧୨: ଚଳିତ ମାସର ପ୍ରତି ଶନିବାର କୋର୍ଟ କାର୍ଯ୍ୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତିକ୍ରମେ ହାଇକୋର୍ଟ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିୟମ ଓଡ଼ିଶାର ସମସ୍ତ କୋର୍ଟ ଓ ଟ୍ରିବୁନାଲ ପାଇଁ ସମାନ ଭାବେ ବଳବତ୍ତର ରହିବ। କେବଳ ଡିସେମ୍ବର ପାଇଁ ପରୀକ୍ଷାମୂଳକ ଭାବେ ଏହି ନିୟମ ଲାଗୁ କରାଯାଇଥିବାବେଳେ ଅନ୍ୟ ମାସଗୁଡିକ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ସୂଚନାଥାଉ କି, କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିମାସରେ ଗାଇଡ୍ଲାଇନ୍ ଜାରି କରାଯାଉଛି। ତଦନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।