Categories: ଜାତୀୟ

ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ତିହାର ସମେତ ଦିଲ୍ଲୀର ସମସ୍ତ ଜେଲ୍‌ରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୯: ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରୋହିଣି ଜେଲ ସମେତ ଅନ୍ୟ କିଛି ଜେଲ୍‌କୁ ସତର୍କ କରି ଦିଆଯାଇଛି । ଏହିସବୁ ଜେଲ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟା ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ଦିଲ୍ଲୀ ପୋଲିସର ମୋଷ୍ଟ ୱାଣ୍ଟେଡ ଲିଷ୍ଟର ସବୁଠାରୁଉପରେ ଥିଲେ । ଗୋଗି ଗ୍ୟାଙ୍ଗ ଓ ଟିଲ୍ଲୁ ଗ୍ୟାଙ୍କ ମଧ୍ୟରେ ଅଧିକାଂଶ ସମୟରେ ଗ୍ୟାଙ୍ଗ ୱାର ହୋଇଥାଏ । ଯାହାର ଫଲ ସ୍ୱରୂପ ଏପର୍ଯ୍ୟନ୍ତ ୨୦ ଜଣ ଅପରାଧିଙ୍କ ଜୀବନ ଗଲାଣି ।

Share