ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…

ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି ରହିଛି l ତେବେ ଲଗାଣ ବର୍ଷା ହେବା ଫଳରେ ଦୁଇଜଣଙ୍କ ଘର ଭାଙ୍ଗିଛି l
ସୂଚନାନୁଯାୟୀ, ଶନିବାର ଦିନ ଏବଂ ରାତି ସାରା ବର୍ଷା ହେବା ଫଳରେ ବ୍ଲକର ଗଡ଼ିଗାଁ ପଞ୍ଚାୟତର ଡେଙ୍ଗାଶୋଳ ମାହାଲିସାହି ଗ୍ରାମର କାହ୍ନା ମାହାଲିଙ୍କ ଘର ଚାରି ପାଖରେ ଆଣ୍ଠୁଏ ପାଣିର ସୁଅ ଛୁଟିଥିଲା l ଫଳରେ କାହ୍ନାଙ୍କ ଘର କାନ୍ଥ ଭାଙ୍ଗି ଯାଇ ମଙ୍ଗଲ ମାହାଲିଙ୍କ ଘରେ ପଡ଼ିବାରୁ ମଙ୍ଗଲଙ୍କ ଘର କାନ୍ଥ ମଧ୍ୟ ଭାଙ୍ଗି ଯାଇଛି l ସେହିପରି କାହ୍ନାଙ୍କ ସ୍ତ୍ରୀ ମିନାକ୍ଷୀ ମାହାଲୀ ସାମାନ୍ୟ ଆହତ ହୋଇଥିବା ବେଳେ ଘରେ ଥିବା ଧାନ, ଚାଉଳ, ଆସବାବପତ୍ର ନଷ୍ଟ ହୋଇଯାଇଛି l ତେବେ ନୋଡାଲ ଅଫିସର ଆର୍‌ଆଇ ସେବତୀ କିସ୍କୁ,ପିଇଓ ଦେବବ୍ରତ ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।