ରୁଷିଆ ଟିଭି ଚ୍ୟାନେଲ୍‌ର ସବୁ କର୍ମଚାରୀଙ୍କ ଇସ୍ତଫା

ମସ୍କୋ,୪।୩: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି ସତ, ହେଲେ ରୁଷିଆକୁ ନିଜ ଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କ୍ରମରେ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଷ୍ଟୁଡିଓରୁ ଚାଲିଯିବା ପୂର୍ବରୁ ସେମାନେ ‘ନୋ ଟୁ ଓ୍ବାର୍‌’ଘୋଷଣା କରିବା ପରେ ସମୂହ ଇସ୍ତଫା ଦେଇଥିଲେ। ଏହା ସିଧା ପ୍ରସାରଣ ହୋଇଥିଲା।

ୟୁକ୍ରେନ୍‌ ଯୁଦ୍ଧ ଉପରେ ‘ଟିଭି ରେନ୍‌’ର ଖବର ପ୍ରସାରଣକୁ ନେଇ ରୁଷିଆ କର୍ତ୍ତୃପକ୍ଷ ଏହା ଉପରେ ସ୍ଥଗିତାଦେଶ ଲଗାଇଥିଲେ। ଫଳରେ ଉକ୍ତ ଟିଭିର ସମସ୍ତ କର୍ମଚାରୀ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟୁଡିଓରୁ କର୍ମଚାରୀମାନେ ଚାଲିଯାଇଥିବାରୁ ‘ନୋ ଟୁ ଓ୍ବାର’ ସେମାନଙ୍କର ଶେଷ ଟେଲିକାଷ୍ଟ ବୋଲି ଚ୍ୟାନେଲର ଅନ୍ୟତମ ପ୍ରତିଷ୍ଠାତା ନାଟାଲିଆ ସିଣ୍ଡେୟେଭା କହିଛନ୍ତି। ଟିଭିର ପ୍ରସାରଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ପରେ ଚ୍ୟାନେଲ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share