Posted inଖେଳ

ଶ୍ରେୟସ୍‌, ସୂର୍ଯ୍ୟଙ୍କ ଉପରେ ନଜର

ମୋହାଲି,୨୨ା୯(ପି.ଟି.):ଦିନିକିଆ କ୍ରିକେଟ ବିଶ୍ୱକପର ଅନ୍ତିମ ପ୍ରସ୍ତୁତି ଭାବରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ ଭାରତ। ଶୁକ୍ରବାର ଠାରୁ ଏହି ସିରିଜ୍‌ ଆରମ୍ଭ ହେଉଥିବା ବେଳେ ଶ୍ରେୟସ୍‌ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଆୟରଙ୍କୁ ନିଜର ଫିଟନେସ୍‌ ଓ ସୂର୍ଯ୍ୟକୁମାରଙ୍କୁ ଦିନିକିଆରେ ନିଜର ଫର୍ମ ପ୍ରମାଣ କରିବା ପାଇଁ ଏହା ଅନ୍ତିମ ସୁଯୋଗ ରହିବ। ପ୍ରଥମ ଦୁଇ ଦିନିକିଆ ପାଇଁ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ବେଞ୍ଚଷ୍ଟ୍ରେନ୍ଥ ପରୀକ୍ଷା ପାଇଁ ଏହା ରାହୁଲ ଡ୍ରାଭିଡଙ୍କ ପାଇଁ ଅନ୍ତିମ ସୁଯୋଗ ରହିବ। ମୁମ୍ବାଇର ଦୁଇ ଖେଳାଳି ଆୟର ଓ ସୂର୍ଯ୍ୟକୁମାରଙ୍କ ଖେଳିବା ଶୈଳୀ ଭିନ୍ନ। ଆୟର ୪ ନମ୍ବରରେ ନିଜର ଦକ୍ଷତା ପ୍ରମାଣିତ କରି ସାରିଛନ୍ତି। ତେବେ ଫିଟନେସ ତାଙ୍କ ପାଇଁ ବଡ ସମସ୍ୟା ରହିଛି। ଆୟର ସମ୍ପୂର୍ଣ୍ଣ ଫିଟ୍‌ ନ ଥିବା ବେଳେ ଅଷ୍ଟ୍ରେଲିଆ ସିରିଜରେ ୧୦୦ ଓଭର ଖେଳିବା ପାଇଁ ପ୍ରସ୍ତୁତ ଥିବେ ବୋଲି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି। ମଧ୍ୟକ୍ରମରେ ଇଶାନ କିଶନ ଚମତ୍କାର ଫର୍ମରେ ରହିଥିଲେ ମଧ୍ୟ ସ୍ପିନ୍‌ ଖେଳିବାରେ ଆୟରଙ୍କ ଦକ୍ଷତା ଅତ୍ୟନ୍ତ ପ୍ରଭାବୀ। ଅନ୍ୟ ପକ୍ଷରେ ଟି୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ରହିଥିବା ସୂର୍ଯ୍ୟକୁମାରଙ୍କ ପାଇଁ ଦିନିକିଆରେ ସମାନ ଫଳାଫଳ ମିଳିନାହିଁ। ୨୭ ଦିନିକିଆ ଖେଳି ସାରିଥିଲେ ମଧ୍ୟ ତାଙ୍କର ଆଭରେଜ ମାତ୍ର ୨୪ ରହିଛି। ଯଦିଓ ବିଶ୍ୱକପରେ ସୂର୍ଯ୍ୟକୁମାରଙ୍କୁ ଆକ୍ସନରେ ଦେଖିବାର ସମ୍ଭାବନା କମ ତେବେ ବ୍ୟାକ ଅପ୍‌ ଭାବରେ ସେ ଦଳରେ ରହିଥିବାରୁ ତାଙ୍କର ଫର୍ମକୁ ଫେରିବା ଅତ୍ୟନ୍ତ ଆବଶ୍ୟକ। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ଅଶ୍ୱିନଙ୍କ ପ୍ରଶଂସା କରିଥିଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ଅଶ୍ୱିନଙ୍କ ପରି ଅଭିଜ୍ଞ ଖେଳାଳି ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଭାରତ ପାଇଁ ଶୁଭ ସଙ୍କେତ ବୋଲି କହିଛନ୍ତି ମୁଖ୍ୟ କୋଚ୍‌।
ସ୍ପିନ୍‌ ବିଭାଗରେ ଅକ୍ଷର ପଟେଲ ଆହତ ଥିବା ବେଳେ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ଓ ଓ୍ବାଶିଂଟନ୍‌ ସୁନ୍ଦର। ୨ ସପ୍ତାହ ତଳେ ଅଶ୍ୱିନ ଭାରତୀୟ ଦଳର ରାଡାରରେ ନ ଥିବା ବେଳେ ଅଚାନକ ତାଙ୍କୁ ଦଳକୁ ଡାକରା ମିଳିଛି। କୁଲଦୀପଙ୍କ ଅନୁପସ୍ଥିତିରେ ଉଭୟ ଅଶ୍ୱିନ ଓ ସୁନ୍ଦରଙ୍କ ପାଖରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାର ସମାନ ସୁଯୋଗ ରହିଛି। ସେହିପରି ଓ୍ବାର୍ନର ଓ ସ୍ମିଥ୍‌ଙ୍କ ବିପକ୍ଷରେ ଅଶ୍ୱିନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ତେବେ ଯଦି ଅକ୍ଷର ଫିଟ୍‌ ହୁଅନ୍ତି ତେବେ ଅଶ୍ୱିନଙ୍କ ସମ୍ଭାବନା କମ ରହିବ। ଅକ୍ଷରଙ୍କ ହାର୍ମଷ୍ଟ୍ରିଙ୍ଗରେ ସେକଣ୍ଡ ଗ୍ରେଡ୍‌ ଟିୟର ରହିଥିବା ବେଳେ ସୁସ୍ଥ ହେବା ପାଇଁ ୨ ସପ୍ତାହ ସମୟ ଲାଗିବ। ରୋହିତଙ୍କ ଅନୁପସ୍ଥିତିରେ ଇଶାନ କିଶନ୍‌ ଓ ଶୁବମନ ଗିଲ୍‌ ଓପନ କରିବା ସ୍ପଷ୍ଟ ହୋଇଛି। ତେବେ ପେସ୍‌ ବୋଲରଙ୍କ ଓ୍ବାର୍କଲୋଡ ମ୍ୟାନେଜମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ଏହାର ଅନ୍ତିମ ସିରିଜ ୨-୩ରେ ପରାଜିତ ହୋଇଥିଲା। ତେବେ ଦଳର କିଛି ଖେଳାଳି ଚମତ୍କାର ଫର୍ମରେ ରହଛନ୍ତି। ଘରୋଇ ପରିବେଶରେ ଭାରତ ଫେଭରିଟ୍‌ ହୋଇଥିଲେ ହେଁ ଅଷ୍ଟ୍ରେଲିଆ କଡା ଟକ୍କର ଦେବ। ମୋହାଲିର ପିଚ୍‌ ସାଧାରଣ ଭାବରେ ପେସ୍‌ ବୋଲିଂକୁ ଅଧିକ ସୁହାଇଥାଏ। ଉଭୟ ଦଳ ଏହାର ଫାଇଦା ନେବାକୁ ପ୍ରୟାସ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri