ସବୁ ଉତ୍ସବରେ ଶାଢ଼ିର ଫ୍ୟାଶନ ରହିଥାଏ। କିନ୍ତୁ ଠିକ୍ ଭାବେ ଶାଢ଼ି ପିନ୍ଧି ନ ପାରିଲେ ସୌନ୍ଦର୍ଯ୍ୟ ଖରାପ ହୋଇଯାଇଥାଏ। ତେଣୁ ଶାଢ଼ି ପିନ୍ଧିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନଦେବାକୁ ହୁଏ ଜାଣିରଖନ୍ତୁ…
ବଡିର ଶେପ୍ ଅନୁସାରେ ଶାଢ଼ିର ଫେବ୍ରିକ ବାଛନ୍ତୁ। ଗରମ ଦିନେ ମୋଟା କପଡ଼ାର ଶାଢି ପିନ୍ଧନ୍ତୁ ନାହିଁ।
ଶାଢ଼ି ପିନ୍ଧିବା ସମୟରେ ପ୍ରଥମେ ଶାଢ଼ିର କୁଞ୍ଚଗୁଡ଼ିକୁ ଠିକ୍ଭାବେ କରନ୍ତୁ ଏବଂ ତାକୁ ନାଭି ପାଖରେ ହିଁ ରଖନ୍ତୁ। ଏହା ସହିତ ଶାଢ଼ିର କୁଞ୍ଚକୁ ଟାଇଟ୍ କରି ବାନ୍ଧନ୍ତୁ, ନଚେତ୍ ଢିଲା ରହିଲେ ଖରାପ ଦିଶିବ।
ଶାଢ଼ିକୁ ସବୁବେଳେ ପାଦର ଠିକ୍ ତଳକୁ ଲାଗିବା ଭଳି ପିନ୍ଧନ୍ତୁ। ଯଦି ଶାଢ଼ି ପିନ୍ଧିବା ପରେ ହିଲ୍ ଚପଲ ପିନ୍ଧିବାର ଥାଏ ତେବେ ଆଉ ଟିକେ ଅଧିକ ତଳକୁ ଶାଢ଼ି ପିନ୍ଧନ୍ତୁ।
ଶାଢ଼ିର ରଙ୍ଗ ଅନୁସାରେ ପେଟିକୋଟ୍ ପିନ୍ଧନ୍ତୁ। ଯଦି ଶାଢ଼ି ଟ୍ରାନ୍ସପରେଣ୍ଟ ହୋଇଥାଏ ତେବେ ପେଟିକୋଟ୍କୁ ମ୍ୟାଚ କରାଇ ପିନ୍ଧନ୍ତୁ।
ଶାଢ଼ିରେ ପିନ୍ ଲଗାଇବା ପୂର୍ବରୁ ଠିକ୍ଭାବେ ଭାଙ୍ଗ କରନ୍ତୁ।