ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍‌

ସମ୍ବଲପୁର,୮ା୯(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଗୋଟିଏ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହାକୁ ଗୁରୁବାର ଅପରାହ୍ନ ୩ଟାରେ ବନ୍ଦ କରି ଦିଆଯାଇଛି । ଏବେ ଡ୍ୟାମ୍‌ର ସମସ୍ତ ଗେଟ୍‌ ବନ୍ଦ ହୋଇଯାଇଛି। ଏହି ଜଳଭଣ୍ଡାରରେ ୬୩୦ ଫୁଟ ଜଳଧାରଣ କ୍ଷମତା ଥିବା ବେଳେ ଏବେ ୬୨୪.୧୯ ଫୁଟ ଜଳସ୍ତର ରହିଛି । ଜଳଭଣ୍ଡାରକୁ ୭୧ ହଜାର ୧୬୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୫୮ହଜାର ୪୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା । ଏହାକୁ ଏବେ ବନ୍ଦ କରାଯାଇଛି। ଜଳ ପରିଚାଳନା ପାଇଁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।

Share