Categories: ଜାତୀୟ

ସମସ୍ତ ସରକାରୀ ସ୍କୁଲ ହେଲା ଡିଜିଟାଲ

ଥିରୁଭାନନ୍ତପୁରମ୍‌, ୧୩।୧୦: ପାଠପଢ଼ାରେ ଏକ ନମ୍ବର ରାଜ୍ୟ ପାଲଟି ଥିବା କେରଳରେ ଏବେ ଏକ ନୂଆ ଯୋଜନାରେ ରେକର୍ଡ କରିଛି। ରାଜ୍ୟ ସରକାର ସମସ୍ତ ସରକାରୀ ସ୍କୁଲକୁ ଡିଜିଟାଲ କରିିଛନ୍ତି। ରାଜ୍ୟର ୧୬ ହଜାର ସେକେଣ୍ଡାରୀ ଏବଂ ପ୍ରାଇମେରୀ ସ୍କୁଲରେ ଏବେ ହାଇଟେକ୍‌ କ୍ଲାସ୍‌ ରୁମ୍‌ ଏବଂ ଲ୍ୟାବ୍‌ ରହିଥିବା ନେଇ ସରକାର ଘୋଷଣା କରିଛନ୍ତି। ଏଥିଲାଗି ୫୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟର ୪ ହଜାର ୭୫୨ ସେକେଣ୍ଡାରୀ ଏବଂ ୧୧ ହଜାର ୨୭୫ ପ୍ରାଇମେରୀ ସ୍କୁଲର ବିକାଶ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ସେକେଣ୍ଡାରୀ ସ୍କୁଲ ଗୁଡ଼ିକରେ ୪୫ ହଜାର କ୍ଲାସ୍‌ ରୁମ୍‌କୁ ବିକଶିତ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ୩ ଲକ୍ଷରୁ ଅଧିକ ଲ୍ୟାପଟପ୍‌, ପ୍ରୋଜେକ୍ଟର, ଓ୍ବେବକ୍ୟାମ୍‌, ପ୍ରିଣ୍ଟର ଆଦି ସ୍କୁଲକୁ ଯୋଗାଇ ଦିଆଯାଇଛି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍‌ କହିଛନ୍ତି ଯେ, ଏଥିପାଇଁ ପ୍ରଥମେ ୭୯୩.୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତେବେ ଏଥିରେ ୫୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନା ପାଇଁ ଲୋକେ ମଧ୍ୟ ସହାୟତା କରିଥିବା ସେ କହିଛନ୍ତି।

Share