Categories: ଜାତୀୟ

ଏମସିଡି ନିର୍ବାଚନ ପାଇଁ ଦିଲ୍ଲୀର ସମସ୍ତ ସରକାରୀ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୩ ।୧୨: ଦିଲ୍ଲୀରେ ଆସନ୍ତା କାଲି ଅର୍ଥାତ୍ ୪ ଡିସେମ୍ବର ରବିବାର ନଗର ନିଗମ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୪ର ମତଦାନ ପାଇଁ ସମସ୍ତ ସ୍କୁଲରେ ପୋଲିଂ ଷ୍ଟେଶନ କରାଯିବ । ଏହାର ପ୍ରସ୍ତୁତି ପାଇଁ ଶନିବାର ସମସ୍ତ ସରକାରୀ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ଏହାପରେ ୧୦ ଡିସେମ୍ବରରେ ସ୍କୁଲ ପୁଣି ଖୋଲିବ । ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ ସ୍କୁଲ ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଅନପଟେ କିଛି ଘରୋଇ ସ୍କୁଲରେ ବି ଏମସିଡି ନିର୍ବାଚନ ଲାଗି ପ୍ରସ୍ତୁତି ହୋଇଥିବାରୁ ଏହାକୁ ବି ବନ୍ଦ କରି ଦିଆଯାଇଛି ।

Share