ନେପାଳରେ ହିନ୍ଦୀ ଫିଲ୍ମର ସ୍କ୍ରିନିଂ ଆରମ୍ଭ, ହେଲେ ‘ଆଦିପୁରୁଷ’ ଉପରେ ରହିଛି ନିଷେଧାଦେଶ

କାଠମାଣ୍ଡୁ,୨୪।୬: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଶେଷ ହେବାର ନାଁ ନେଉନାହିଁ। ଦେଶରେ ଏହି ଫିଲ୍ମକୁ ବିରୋଧ କରାଯାଉଥିବାବେଳେ ବିରୋଧ ଯୋଗୁଁ ନେପାଳରେ ଫିଲ୍ମର ସ୍କ୍ରିନିଂ ଉପରେ କିଛି ଦିନ ନିଷେଧ କରାଯାଇଛି। କାଠମାଣ୍ଡୁ ମେୟର ‘ଆଦିପୁରୁଷ’ ସହ ଅନ୍ୟ ହିନ୍ଦୀ ଚଳଚ୍ଚିତ୍ରର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନେପାଳର କୋର୍ଟ ଗୁରୁବାର ଏହି ମାମଲାର ଶୁଣାଣି କରି ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି, କିନ୍ତୁ ‘ଆଦିପୁରୁଷ’କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ନେପାଳରେ ସମସ୍ତ ହିନ୍ଦୀ ଚଳଚ୍ଚିତ୍ରର ସ୍କ୍ରିନିଂ ଆରମ୍ଭ ହୋଇଥିବାବେଳେ ‘ଆଦିପୁରୁଷ’ ଉପରେ ନିଷେଧାଦେଶ ଜାରି ରହିଛି। ନେପାଳ ମୋସନ ପିକ୍ଚର ଆସୋସିଏଶନ ଏକ ବିବୃତ୍ତି ଜାରି କରି କହିଛି ଯେ ‘ଆଦିପୁରୁଷ’ ବ୍ୟତୀତ ସମସ୍ତ ନେପାଳୀ ଏବଂ ବିଦେଶୀ ଚଳଚ୍ଚିତ୍ର ଶୁକ୍ରବାରଠାରୁ ପ୍ରଦର୍ଶିତ ହେବ।

Share