ନୂଆଦିଲ୍ଲୀ,୨୫।୫: ଅଲ ଇଣ୍ଡିଆ ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟିଜ ଏମପ୍ଲଇଜ ଫେଡେରେସନ(ବିଏଏମ୍ସିଇଏଫ୍) ବୁଧବାର ଭାରତ ବନ୍ଦ ଡାକରା ଦେଇଛି। ଅନ୍ୟ ପଛୁଆ ବର୍ଗ ଓବିସିଙ୍କ ପାଇଁ ଜାତି ଆଧାରରେ ଜନଗଣନା କରାଯାଉ ନ ଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି।
ଏହା ବ୍ୟତୀତ ସଙ୍ଗଠନ ନିର୍ବାଚନରେ ଇଭିଏମ ବ୍ୟବହାର ଓ ଘରୋଇ କ୍ଷେତ୍ରରେ ଏସସି/ଏସ୍ଟି /ଓବିସିଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ବିରୋଧ କରାଯାଇଛି। ଏହି ବନ୍ଦ ଡାକରାକୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ଜାତୀୟ ସଂଯୋଜକ, ରାଷ୍ଟ୍ରିୟ ପରିବର୍ତ୍ତନ ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା ଏବଂ ଏହା ସହ ଜଡିତ ସମସ୍ତ ସଂଗଠନର ସମର୍ଥନ କରିଛନ୍ତି।ଜନ କ୍ରାନ୍ତି ମୋର୍ଚ୍ଚା ଏବଂ ଏହା ସହ ଜଡିତ ସମସ୍ତ ସଂଗଠନର ସମର୍ଥନ କରିଛନ୍ତି।