Categories: ଜାତୀୟ

ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ ଏଆଇସିସି ବୈଠକ

ନୂଆଦିଲ୍ଲୀ,୩୦ ।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି ତା’ର ବୈଠକ ଖୁବ୍‌ଶୀଘ୍ର କରିବ ବୋଲି ଜଣାପଡିଛି । କଂଗ୍ରେସ ପକ୍ଷରୁ ଏହାର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ କୁହାଯାଉଛି କି ଏହି ବୈଠକରେ କରୋନା ଭାଇରସ, ଅର୍ଥବ୍ୟବସ୍ଥା ଓ ବିହାର ନିର୍ବାଚନକୁ ନେଇ ଆଲେଚନା କରାଯିବ । କଂଗ୍ରେସର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଅଧିସୂଚନାରେ କୁହାଯାଇଛି ବୈଠକରେ ଭାଗ ନେବା ପାଇଁ ଦଳର ଲୋକେ ନିଜର ନାମ, ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ ପାସପୋର୍ଟ ସାଇଜ ଫଟୋ ନିଜ ନିଜ ରାଜ୍ୟର ଏଆଇସିସି ସଦସ୍ୟଙ୍କୁ ପଠାଇ ଦିଅନ୍ତୁ । ଏମାନଙ୍କ ପାଇଁ ବୈଠକରେ ଭାଗ ନେବାପାଇଁ ଆଇ କାର୍ଡ ଜାରି କରାଯିବ ।

Share