Posted inଖେଳ

ସର୍ବଭାରତୀୟ ଲାଲମନି କ୍ରିକେଟ୍‌: ଏମ୍‌ଏମ୍‌ସିସି ଚାମ୍ପିୟନ

ସୋନପୁର,୨୯।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଗାନ୍ଧୀ ପଡିଆରେ ଜିଲା କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୫ତମ ସର୍ବଭାରତୀୟ ଲାଲମନି କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଏସ୍‌ଓସି ବ୍ଲାଷ୍ଟର ଆସାନସୋଲ, ପଶ୍ଚିମବଙ୍ଗ ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଅନୁଷ୍ଠିତ ଟି ୨୦ ମାଚ୍‌ରେ ବ୍ଲାଷ୍ଟର ଦଳ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୧୮ ରନ କରିଥିଲା। ଦଳ ପକ୍ଷରୁ ଶୁଭମ ସିଂ ୫୦ରନ ଓ ମାର୍ସଲ ଚାପଲା ୨୧ରନ କରିଥିଲେ। ସମ୍ବଲପୁରର ପପୁ ରାୟ ୪ ଓ ରଜତ ଶର୍ମା ୨ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ସମ୍ବଲପୁର ଦଳ ୧୧୯ରନର ବିଜୟ ଲକ୍ଷ୍ୟକୁ ୧୫.୨ ଓଭରରେ ୨ ଉଇକେଟ ବିନିମୟରେ ଅନାୟସରେ ଅତିକ୍ରମ କରିନେଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ଗୌରବ ତୋମାରଙ୍କ ୫୩ ଏବଂ ସଞ୍ଜିବ ସିଂ ୨୭ ଓ ଅଭିନନ୍ଦନ ସିଂ ୨୫ରନ କରିଥିଲେ।
ପଶ୍ଚିମବଙ୍ଗ ଦଳର ସତ୍ୟମ କୁମାର ଓ ସୌରଭ କୁମାର ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଟୁର୍ନାମେଣ୍ଟ ନିୟମାନୁସାରେ ସମ୍ବଲପୁର ଦଳକୁ ବୋନସ ୬ ରନ ମିଳିଥିଲା। ପରେ ଅନୁଷ୍ଠିତ ଟି୧୦ମ୍ୟାଚ୍‌ରେ ପଶ୍ଚିମବଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୪୯ ରନ କରିଥିଲା। ଦଳ ପକ୍ଷରୁ ଅଜୟ ସାହୁ ୨୧ରନ କରିଥିଲେ। ସମ୍ବଲପୁର ପକ୍ଷରୁ ପ୍ରୟାସ ରାୟ ୩ ଓ ପପୁ ରାୟ ୨ ଉଇକେଟ୍‌ ନେଇଥିଲେ। ଜବାବରେ ସମ୍ବଲପୁର ଦଳ ୬.୪ ଓଭରରେ ୩ ଉଇକେଟ୍‌ ବିନିମୟରେବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଦଳ ପକ୍ଷରୁ ଗୌରବ ତୋମାର ସର୍ବାଧିକ ୩୧ରନ କରିଥିଲେ। ସମ୍ବଲପୁର ଦଳ ୭ ଉଇକେଟ୍‌ରେ ଉଭୟ ଫର୍ମାଟରେ ମ୍ୟାଚ ଜିତି ଟୁର୍ନାମେଣ୍ଟର ଚାମ୍ପିୟନ ହୋଇଥିଲା। ସୋନପୁର ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଓ ରନର ଅପ୍‌ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ହରବିନ୍ଦର ସିଂ, ଓଡିଶା କ୍ରିକେଟ ସଂଘର ସମ୍ପାଦକ ସଞ୍ଜୟ ବେହେରା, ଓଡିଶା କ୍ରିକେଟ ଏକାଡେମୀର ୧୯ବର୍ଷରୁ କମ୍‌ କ୍ରିକେଟ୍‌ ଦଳର କୋଚ ଶୋଭନ ଦେବ, ସାମାଜିକକର୍ମୀ ଶ୍ରୀବତ୍ସ ମଲ୍ଳିକ, ଝାରସୁଗୁଡା ଜିଲା କ୍ରିକେଟ ସଂଘର ସମ୍ପାଦକ ମେହେତାବ ଖାଁ, ବୌଦ୍ଧ ଜିଲା କ୍ରିକେଟ୍‌ ସଂଘର ସମ୍ପାଦକ ଯୁଗଳ ସାମଲ ଯୋଗଦାନ କରିଥିଲେ। ସୁବର୍ଣ୍ଣପୁର ଜିଲା କ୍ରିକେଟ୍‌ ସଂଘର ସଭାପତି ରାମଶଙ୍କର ସାହୁ ଓ ସମ୍ପାଦକ ପ୍ରଦୀପ ସେଠୀ ମଞ୍ଚାସିନ ଥିଲେ। ସମ୍ବଲପୁର ଦଳର ଗୌରବ ତୋମାରଙ୍କୁ ମ୍ୟାନ୍‌ ଅଫ ଦି ମାଚ୍‌ ଓ ବେଷ୍ଟ ବ୍ୟାଟ୍ସମ୍ୟାନ୍‌, ଅଭିନନ୍ଦନ ସିଂଙ୍କୁ ମ୍ୟାନ୍‌ ଅଫ ଦି ସିରିଜ୍‌ ଓ ବେଷ୍ଟ ବୋଲର ଏବଂ ପଶ୍ଚିମବଙ୍ଗର ସଚିନ ମିଶ୍ରଙ୍କୁ ବେଷ୍ଟ ଉଇକେଟକିପର ପୁରସ୍କାର ପ୍ରଦାନ କରା ଯାଇଥିଲା। ମ୍ୟାଚ୍‌ ପରିଚାଳନା କରିଥିଲେ ଓସିଏ ସ୍ବୀକୃତିପ୍ରାପ୍ତ ଅମ୍ପାୟର ପୃଥ୍ବୀରାଜ ମିଶ୍ର ଓ ସତ୍ୟପ୍ରସାଦ ରଥ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri