ଲକ୍ଷ୍ନୌ,୧୩।୪: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ହଜରତ ମୌଲାନା ରାବେ ହସନି ନଦଭି ସାହବଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷଙ୍କୁ ଚିକିତ୍ସା ପାଇଁ ରାୟବରେଲିରୁ ଲକ୍ଷୌ ନିଆଯାଇଥିଲା। ସେ ଡାଲିଗଞ୍ଜ ସ୍ଥିତ ନଦଭା ମଦରାସାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୁସଲମାନଙ୍କ ସବୁଠାରୁ ଶକ୍ତିଶାଳୀ ସଙ୍ଗଠନ ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ଥିଲେ ନଦଭି।