ବାଲେଶର ଅଫିସ, ୨୯।୫: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ୱର ନଗରର କାର୍ଯ୍ୟକର୍ତ୍ତାମାନଙ୍କ ଦାରା ସାର୍ଥା ଅଞ୍ଚଳରେ ପାଣି ଘେରରେ ଥିବା ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବାତ୍ୟା ୟାସ୍ର କରାଳ ପ୍ରକୋପ ଯୋଗୁ ଗତ ୨ଦିନ ଧରି ଗ୍ରାମବାସୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ଲାଗି ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ କିଛି ଶୁଖିଲା ଖାଦ୍ୟ ଓ ପିଇବା ପାଣି ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଏହି କାର୍ଯ୍ୟରେ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ବିଭାଗ ସହ ସଂଯୋଜକ ରଜତ ପାତ୍ର, ବିଭାଗ ମିଡ଼ିଆ ସଂଯୋଜକ ଜୟନ୍ତ ପ୍ରଧାନ, ନନ୍ଦକିଶୋର ରାଉତ, ତପୁ ମୂଳା, ସତ୍ୟପ୍ରାଗ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।