Categories: ଖେଳ

ସ୍ତ୍ରୀଙ୍କଠାରୁ ଚହଲ ଅଲଗା ହେବା ନେଇ ଚର୍ଚ୍ଚା: ସର୍‌ନେମ୍‌ ହଟାଇଲେ ଧନଶ୍ରୀ

ନୂଆଦିଲ୍ଲୀ,୧୮।୮: ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ଏବେ କ୍ରିକେଟରୁ କିଛିଦିନ ପାଇଁ ବ୍ରେକ୍‌ ନେଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଏସିଆ କପ୍‌ କ୍ରିକେଟରେ ସେ ଦଳକୁ ଫେରିବେ। ଏହା ପୂର୍ବରୁ ଚହଲଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ। କାରଣ ସେ ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରିଥିଲେ। ଏହା ତାଙ୍କ ବିବାହ ସହ ଜଡ଼ିତ ଥିବା ଅନେକ ଅନୁମାନ କରୁଛନ୍ତି।

ଅପରପକ୍ଷେ କିଛି ଦିନ ତଳେ ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ତାଙ୍କର ଇନଷ୍ଟାଗ୍ରାମରେ ନିଜ ନାମକୁ ବଦଳାଇଛନ୍ତି। ପୂର୍ବରୁ ସେ ଧନଶ୍ରୀ ବର୍ମା ଚହଲ ଲେଖୁଥିଲେ। ହେଲେ ଏବେ ସେ କେବଳ ଧନଶ୍ରୀ ବର୍ମା ଲେଖୁଛନ୍ତି। ଏହି ପରିବର୍ତ୍ତନ ପରେ ଚହଲ ନିଜର ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀରେ ‘ନିଉ ଲାଇଫ୍‌ ଲୋଡିଂ’ବୋଲି ଲେଖିଥିଲେ। ଏସବୁ ଘଟଣାବଳୀକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକ ଅନେକ କିଛି ଅନୁମାନ କରୁଛନ୍ତି। କେହି କେହି ସେମାନେ ଅଲଗା ହେବାକୁ ଯାଉଥିବା କହୁଥିବା ଦେଖାଯାଇଛି।

Share