Categories: ଜାତୀୟ

‘ମୁଁ ସବୁକିଛି ଠିକ୍‌ ଅଛି ବୋଲି କହିପାରିବି ନାହିଁ’

ଚଣ୍ଡିଗଡ଼,୨।୯: ପଞ୍ଜାବ କଂଗ୍ରେସରେ ଏବେ ବି ସବୁ ଠିକ ଚାଲିନାହିଁ। ଦଳର ପଞ୍ଜାବର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହା ପ୍ରମାଣ କରିଛନ୍ତି। ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦର ସମାଧାନ କାର୍ଯ୍ୟ ଚାଲିଛି ବୋଲି ରାୱତ କହିଛନ୍ତି। ଗୁରୁବାର ଦିନ ସେ କହିଛନ୍ତି, ‘ମୁଁ କହିବି ନାହିଁ ଯେ ସବୁକିଛି ଠିକ ଅଛି, କିନ୍ତୁ ଆମେ ଏହା ଆଡକୁ ଗତି କରୁଛୁ। କ୍ୟାବିନେଟ ପୁନଃନିର୍ମାଣ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। କୁହାଯାଉଛି ଯେ, କ୍ୟାବିନେଟରେ ପୁନଃନିର୍ମାଣ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗୁରୁତ୍ୱାରୋପ କରିଛନ୍ତି। ବୁଧବାର ସେ ସିସଭାନରେ ଥିବା ତାଙ୍କ ଫାର୍ମହାଉସରେ ରାୱତଙ୍କୁ ଭେଟିଥିଲେ। ଏହାପୂର୍ବରୁ ମଙ୍ଗଳବାର ସେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଭେଟିଥିଲେ।

Share