ଇସ୍ରାଏଲ ଆକ୍ରମଣରେ ପତ୍ନୀ ପିଲାଙ୍କୁ ହରାଇଥିବା ଖବରଦାତା କହିଲେ ଜାରି ରଖିବେ ରିପୋର୍ଟିଂ

ଜେରୁଜେଲମ,୨୭।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨୧ ଦିନ ପୂରଣ ହୋଇଥିଲେ ମଧ୍ୟ ଏବେବି କେହି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଇସ୍ରାଏଲ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅକ୍ଟୋବର ୭ରୁ ଚାଲିଆସୁଥିବା ଏହି ବିବାଦରେ ଉଭୟ ପକ୍ଷର ୮୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଇସ୍ରାଏଲ ଗାଜାର କିଛି ଅଞ୍ଚଳକୁ ନିରାପଦ ଘୋଷଣା କରିଥିଲା। ତେବେ ସୁରକ୍ଷିତ ଅଞ୍ଚଳରେ ମଧ୍ୟ ବୋମା ମାଡ଼ କରାଯାଇ ଅନେକ ଶିଶୁ ଓ ମହିଳା ପ୍ରାଣ ହରାଇଥିଲେ।

ଗାଜାରେ ଇସ୍ରାଏଲ କେତେକ ଅଞ୍ଚଳକୁ ସୁରକ୍ଷିତ ଘୋଷଣା କରିଥିଲା, ଯେଉଁଠାରେ ଇସ୍ରାଏଲ ସେନା ମଧ୍ୟ ଆକ୍ରମଣ କରିଥିଲା, ଯେଉଁଥିରେ ଅଲ ଜଜିରା ଆରବୀର ସାମ୍ବାଦିକ ୱେଲ ଅଲ-ଡାହଦୋହଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସେ ଏହି ଆକ୍ରମଣକୁ ନିନ୍ଦା କରୁଥିବା ଶୁଣିବାକୁ ମିଳୁଛି। ସେ କହିଛନ୍ତି ଯେ ଇସ୍ରାଏଲ ପିଲାମାନଙ୍କର ହତ୍ୟାକାରୀ। ସେ କହିଛନ୍ତି ଯେ ସେମାନେ ସମସ୍ତେ ଇସ୍ରାଏଲ ସେନା ଦ୍ୱାରା ସୂଚିତ ସୁରକ୍ଷିତ ଜୋନରେ ଆଶ୍ରୟ ନେଉଥିଲେ, ତଥାପି ସେମାନଙ୍କର ମୃତ୍ୟୁ ହୋଇଛି।
ୱେଲ ଅଲ-ଡାହଦୋହ ଅଲ ଜଜିରାକୁ କହିଛନ୍ତି ଯେ ଏହି ଇସ୍ରାଏଲ ଶିଶୁ, ମହିଳା ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଁ ର୍ୟରମୁକରୁ ଏକ ଆକ୍ରମଣ ବିଷୟରେ ଖବର ଦେଉଥିଲି ସେତେବେଳେ ଇସ୍ରାଏଲ ସେନାଙ୍କ ଦ୍ୱାରା ଏହି ଆକ୍ରମଣ ହୋଇଥିଲା। ୱେଲ ଅଲ-ଡାହଦୋହ ତାଙ୍କ ପତ୍ନୀ ଏବଂ ପୁଅଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ସମ୍ପର୍କରେ ସେ ରିପୋର୍ଟ ଜାରି ରଖିବେ ବୋଲି କହିଛନ୍ତି।

Share