ନୂଆଦିଲ୍ଲୀ,୨୯ା୧୧: ରାଜଧାନୀ ଦିଲ୍ଲୀରେ ସୋମବାର(ନଭେମ୍ବର ୩୦)ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଦିଲ୍ଲୀ ସହିତ ଏନ୍ସିଆରର ସମସ୍ତ ସହରରେ ମଦ ଦୋକାନ ବନ୍ଦ ରହିବ। ନଭେମ୍ବର ୩୦ରେ ଗୁରୁ ନାନକ ଜୟନ୍ତୀ ପଡୁଥିବାରୁ ରାଜଧାନୀର ସମସ୍ତ ମଦ ଦୋକାନ ପ୍ରତି କଟକଣା ଜାରି କରାଯାଇଛି।
ଗତ ଅକ୍ଟୋବର ୩୦ରେ ମିଲାଦ-ଉଲ୍-ନବି ଯୋଗୁ ମଦ ଦୋକାନ ମଧ୍ୟ ବନ୍ଦ ଥିଲା। ସେହିପରି ବାଲିକ୍ମୀ ଜୟନ୍ତୀରେ ମଧ୍ୟ ବନ୍ଦ ରହିଥିଲା। ଆସନ୍ତା ଡିସେମ୍ବର ୨୫ରେ ଦିଲ୍ଲୀର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଦିଲ୍ଲୀରେ ଗାନ୍ଧୀ ଜୟନ୍ତୀ, ସ୍ବାଧୀନତା ଦିବସ, ଗଣତନ୍ତ୍ର ଦିବସ, ହୋଲି, ଦୀପାବଳି ଭଳି ପର୍ବପର୍ବାଣିରେ ମଧ୍ୟ ଦିଲ୍ଲୀରେ ମଦ ଦୋକାନ ବନ୍ଦ ରହିଥାଏ।