୫ଦିନ ବନ୍ଦ ରହିବ ରାଜଧାନୀର ଏସବୁ ମାର୍କେଟ

ଭୁବନେଶ୍ୱର, ୨୬।୬ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଟ-୪ ଆମିଷ ମାର୍କେଟ ଓ ବାପୁଜୀ ନଗର ମାର୍କେଟକୁ ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ଶନିବାର ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲଂଘନ ଅଭିଯୋଗରେ ଗତ ୧୮ ତାରିଖରେ ଏହି ଦୁଇ ମାର୍କେଟକୁ ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ଶନିବାର, ରବିବାର ଶଟ୍‌ଡାଉନ୍‌ ଥିବାରୁ ସୋମବାର ମାର୍କେଟ ଖୋଲିବ ବୋଲି ଆଶା କରାଯାଉଥିଲା। ହେଲେ କରୋନା ସ୍ଥିତିକୁ ଦେଖି ପୁନର୍ବାର ଏହି ମାର୍କେଟକୁ ଆଉ ୫ ଦିନ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ମାର୍କେଟ ଗୁଡିକରେ ଉଭୟ ହୋଲ୍‌ସେଲ୍‌ ଓ ଖୁଚୁରା ବ୍ୟବସାୟ ବନ୍ଦ ରହିବ। ତେବେ ବାପୁଜୀନଗରରେ ଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଦୋକାନ ପୂର୍ବପରି ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।

Share