୨୭ରୁ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ସେପ୍ଟେମ୍ବର ୨୯ରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାର ଦୁଇଦିନ ପୂର୍ବରୁ ଅଧିବେଶନରେ ଯୋଗ ଦେଉଥିବା ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯିବ। ଅଧିବେଶନର ପଞ୍ଚମ ଦିନ ଅର୍ଥାତ୍‌ ଅକ୍ଟୋବର ୪ରେ ପୁଣିଥରେ ବିଧାୟକ, ସେମାନଙ୍କର ସୁରକ୍ଷା କର୍ମୀ ଓ ବିଧାନସଭା ସଚିବାଳୟର କର୍ମଚାରୀମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଗୃହ ଚାଲୁଥିବା ବେଳେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରିବେ ତେବେ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ବିଧାନସଭା ସଚିବାଳୟ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସିକୁ ଆଗୁଆ ବିଧାୟକ, କର୍ମଚାରୀମାନଙ୍କର ତାଲିକା ପ୍ରଦାନ କରାଯିବ। ଏ ନେଇ ବୁଧବାର ବିଧାନସଭା ସଚିବାଳୟ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଓ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି।

Share