Categories: ଜାତୀୟ

ବ୍ରିଟିଶ୍‌ ଶାସନ ସମୟର ସମସ୍ତ ନାମ ହେବ ପରିବର୍ତ୍ତନ, ଧାମିଙ୍କ ଘୋଷଣା…

ଡେରାଡୁନ,୨୯।୧୦ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର ଘୋଷଣା କରିଛନ୍ତି ଯେ, ରାଜ୍ୟରେ ବ୍ରିଟିଶ୍‌ ଶାସନ ସମୟର ଥିବା ସମସ୍ତ ନାମର ପରିବର୍ତ୍ତନ ଖୁବ୍‌ ଶୀଘ୍ର କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ରାଜ୍ୟର ବିଭିନ୍ନ ରାସ୍ତା ଏବଂ ସହରର ନାମକରଣ ପୁଣି ଥରେ କରାଯିବ। ଯାହାଦ୍ୱାରା ପରାଧୀନ ସମୟର ସ୍ମୃତି ଦୂର ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share